LIVE TV
LIVE TV

ଗୋବିନ୍ଦପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ

NEWS7
record-3343-covid-19-patients-recovered-in-odisha

ଢେଙ୍କାନାଳ ୨୮/୧୧ : ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ । ଏନ ଏଚ-୫୫ର ଢେଙ୍କାନାଳ ସହରର ଉପକଣ୍ଠ ଗୋବିନ୍ଦପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତ୍ରିରେ ସ୍କୁଟିକୁ ଧକ୍କା ଦେଇଥିଲା ଅଜଣା ଗାଡି । ଫଳରେ ସ୍କୁଟିରେ ଥିବା ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକମାନଙ୍କ ପରିଚୟ ମିଳି ପାରିନାହିଁ ।

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଛି। ତେବେ ଦୁର୍ଘଟଣାଗ୍ରସ୍ତ ସ୍କୁଟିଟି କଟକ ମାହାଙ୍ଗା ଅଂଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସେପଟେ ମୃତକଙ୍କ ମଧ୍ୟରୁ ଦୁଇଜଣ ଯୁବକ ଚୌଦ୍ୱାର ଶକ୍ତି ହୋଟେଲର ଟିସର୍ଟ ପିନ୍ଧିଥିବା ଦେଖାଯାଇଛି।