ପରିଚାଳନା କମିଟି ବୈଠକ ଗଣତି ମଣତି ଏସ୍ଓପି ଅନୁମୋଦିତ, ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ପ୍ରକ୍ରିୟା

NEWS7
read-rajasthan-political-crisis-3-major-updates-3-mlas-of-pilot-faction-claim-to-return-to-gehlot-camp

ପୁରୀ ୧୭।୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପ୍ରସଙ୍ଗରେ ପ୍ରସ୍ତୁତ ହୋଇଥିବା ଏସଓପିକୁ ପରିଚାଳନା କମିଟି ବୈଠକରେ ଅନୁମୋଦନ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଶୁଭ ଦିନ, ବେଳା ଓ ସମୟ ଦେଖି କରାଯିବ ଗଣତି ମଣତି । ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ ହୋଇଛି । ରତ୍ନ ଅଳଙ୍କାରର ଡିଜିଟାଇଜେସନ କରାଯିବ । ଏ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ସେପଟେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି’ ୫ ଶହ ଟଙ୍କାର ନିଜ ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ । ପାର୍କିଂ ଫି’ ଦିନକୁ ୫ ଶହ ଟଙ୍କା ବଦଳରେ ରଖାଯିବ ୨୪୦ ଟଙ୍କା । ରବିବାର ଠାରୁ ଏହି ଫି’ ଲାଗୁ କରାଯିବ । ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି ।