ପାକିସ୍ତାନର 'ଘଜାବ୍ ଲିଲ୍ ହକ'ରେ ଆଫଗାନିସ୍ତାନ ଧ୍ୱଂସ : ଆକାଶରୁ ବୋମା ଫିଙ୍ଗୁଛି ପାକ୍ ବାୟୁସେନା, ଦେଖନ୍ତୁ ଭିଡିଓ

NEWS7
rakhi-sawant-makeover-like-mastani-and-search-her-bajirao-in-lokhandwala

ଲାହୋର, ୨୭ /୦୨: ଆରମ୍ଭ ହୋଇଯାଇଛି ଯୁଦ୍ଧ । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ କାନ୍ଦାହାରରେ ଆକ୍ରମଣ କରିଛି ପାକ୍ ସେନା । ଏୟାରଷ୍ଟ୍ରାଇକ୍ କରି ଛିନଛତ୍ର କରିଦେଇଛି । ଯାହାର ଭିଡିଓ ଏବେ ପାକ୍ ତରଫରୁ ରିଲିଜ୍ କରାଯାଇଛି ।

ପାକିସ୍ତାନ ପ୍ରତିରକ୍ଷା ବିଭାଗ ଶୁକ୍ରବାର ଭିଡିଓ ରିଲିଜ୍ କରିଛି । ଏଥିରେ କିପରି କାବୁଲରେ ଥିବା ବିଭିନ୍ନ ସ୍ଥାନରେ ବୋମା ବର୍ଷା ହୋଇଚି ତାହା ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ପାକ୍ ଯୁଦ୍ଧ ବିମାନ ବିଭିନ୍ନ ଟାର୍ଗେଟ୍ କୁ ପ୍ରଥମେ ଚିହ୍ନଟ କରୁଛନ୍ତି । ଏହାପରେ ଭୟଙ୍କର ବୋମାମାଡ କରୁଛନ୍ତି । କିଚି ସେକେଣ୍ଡରେ କାବୁଲର ଅନେକ ସ୍ଥାନ ଧ୍ୱଂସ ହୋଇଯାଉଛି ।

 

ଏହି ଖବରଟି ପଢନ୍ତୁ...  ୪୦ ପାକିସ୍ତାନ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ପାକ୍‌ର ୧୫ ପୋଷ୍ଟ ଉପରେ କବଜା

ଆଫଗାନିସ୍ତାନର ବଡ ଦାବି

ଆଫଗାନ୍ ସରକାରଙ୍କ କହିବାନୁସାରେ, ସେମାନେ ପାକିସ୍ତାନର ୧୯ଟି ସେନା ପୋଷ୍ଟକୁ ଦଖଲ କରିସାରିଛନ୍ତି । ଯେଉଁଥିରେ ଅନେକ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଏହା ହେଉଛି ପକିସ୍ତାନ ତରଫରୁ କରାଯାଇଥିବା ଏୟାର ଷ୍ଟ୍ରାଇକର ଜବାବ । ବିବଦୀୟ ଡୁରାନ୍ଦ ଲାଇନରେ ପାକ୍ ସେନା ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ତାଲିବାନର କିଛି ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି ।ତାଲିବାନ ମୁଖପାତ୍ର ଜାବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ପାକିସ୍ତାନୀ ସେନାର୫୫ସଦସ୍ୟ ପ୍ରାଣ ହରାଇଛନ୍ତି । କୁନାର ପ୍ରାନ୍ତରେ ପାକ୍ ର ଭୟଙ୍କର କ୍ଷତି ହୋଇଛି । ଇସଲାମିକ୍ ଏମିରେଟସ୍ ଫୋର୍ସ ଏହି ଆକ୍ରମଣ କରିଛି । ଯାହା ପାକିସ୍ତାନୀ ସେନାର ଅଣ୍ଟା ଭାଙ୍ଗି ଦେଇଥିବା ସେ ପ୍ରକାଶ କରିଛନ୍ତି ।

ପାକିସ୍ତାନ ମଧ୍ୟ ଚୁପ୍ ବସିନି । ପାକ୍ ସେନା କାବୁଲ ଏବଂ କାନ୍ଦାହାର ପ୍ରାନ୍ତରେ ଏୟାର ଷ୍ଟ୍ରାଇକ୍ କରି୨୨ଜଣ ତାଲିବାନୀ ଯୋଦ୍ଧାଙ୍କୁ ନିପାତ କରିଥିବା ଦାବି କରିଛି । ଏବେସୁଦ୍ଧା ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ଶତାଧିକ ସୈନ୍ୟ ପ୍ରାଣ ହରାଇଥିବା ରିପୋର୍ଟ ଆସୁଛି ।