LIVE TV

ସତ୍ୟ ସାଇବାବାଙ୍କ ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭରି ପ୍ରଶଂସା କଲେ ଐଶ୍ଵର୍ଯ୍ୟା, କହିଲେ-ମନୁଷ୍ୟ ସେବା ହିଁ ଇଶ୍ଵର ସେବା...

NEWS7
question-papers-carried-on-bike-in-rayagarh

ମୁମ୍ଵାଇ ୧୯।୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୁଟ୍ଟପର୍ଥିରେ ସ୍ୱର୍ଗତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ। ସେ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥ ଏବଂ ମହାସମାଧି ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ସାମିଲ ହୋଇଥିଲେ। ଐଶ୍ୱର୍ଯ୍ୟା ପ୍ରଧାନମନ୍ତ୍ରୀଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଧନ୍ୟବାଦ ମଦ୍ୟ ଜଣାଇଥିଲେ।

ଐଶ୍ୱର୍ଯ୍ୟା ରାୟ କହିଛନ୍ତି, "ଆଜି ଏହି ଉତ୍ସବରେ ଆମ ସହିତ ଉପସ୍ଥିତ ରହିବା ଏବଂ ଏହି ବିଶେଷ ଅବସରକୁ ଗ୍ରହଣ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ମୁଁ ଆପଣଙ୍କ ପ୍ରେରଣାଦାୟକ, ମାର୍ଗଦର୍ଶକ ଏବଂ ଶକ୍ତିଶାଳୀ ଚିନ୍ତାଧାରା ଶୁଣିବାକୁ ଉତ୍ସାହ ରୁହେ। ଆପଣଙ୍କ ଉପସ୍ଥିତି ଏହି ଶତବାର୍ଷିକୀ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରେ ଏବଂ ସ୍ୱାମୀଙ୍କ ବାର୍ତ୍ତାକୁ ମନେ ପକାଇଥାଏ ଯେ ମନୁଷ୍ୟ ସେବା ହିଁ ଈଶ୍ୱରଙ୍କ ସେବା।

ଐଶ୍ୱର୍ଯ୍ୟା ରାୟ ଆହୁରି କହିଛନ୍ତି, "ଭଗବାନ ଶ୍ରୀ ସତ୍ୟସାଇ ବାବା ପ୍ରାୟତଃ ପାଞ୍ଚ 'ଡି' ବିଷୟରେ କହୁଥିଲେ। ଜୀବନକୁ ଅର୍ଥପୂର୍ଣ୍ଣ, ଉଦ୍ଦେଶ୍ୟମୂଳକ ଏବଂ ଆଧ୍ୟାତ୍ମିକ ଭାବରେ ଦୃଢ଼ କରୁଥିବା ପାଞ୍ଚଟି ଗୁଣ।" ଐଶ୍ୱର୍ଯ୍ୟା ଯେଉଁ ପାଞ୍ଚ 'ଡି' ବିଷୟରେ ଉଲ୍ଲେଖ କରିଛନ୍ତି ତାହା ହେଉଛି ଶୃଙ୍ଖଳା, ସମର୍ପଣ, ଭକ୍ତି, ଦୃଢ଼ ନିଷ୍ପତ୍ତି ଏବଂ ବିବେଚନା।ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଏକ ରୋଡ୍ ଶୋ ମଧ୍ୟ କରିଥିଲେ। ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧିରେ ଶ୍ରଦ୍ଧାଞ୍ଜଳି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଉପସ୍ଥିତ ଥିଲେ।