ସୋସିଆଲ ମିଡିଆ ଉପରେ ଋଷର କଡ଼ା କାର୍ଯ୍ୟାନୁଷ୍ଠାନ: ହ୍ୱାଟସଆପ, ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ସମେତ ଅନ୍ୟାନ୍ୟ ବିଦେଶୀ ପ୍ଲାଟଫର୍ମରେ ଲଗାଗଲା ପ୍ରତିବନ୍ଧକ

NEWS7
public-opposed-containment-declare-in-jharsuguda

ନୂଆଦିଲ୍ଲୀ ୧୨।୦୨; ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ଆରମ୍ଭ କରିଛି ରୁଷ । ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ, ରୁଷ ସରକାର ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଲୋକପ୍ରିୟ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିଛି। ଏଣିକି ରୁଷ ଲୋକମାନେ ଏହିସବୁ ଲୋକପ୍ରିୟ ଆପ୍ ବ୍ୟବହାର କରିପାରିବେ ନାହିଁ ।

ବୁଧବାର ଦିନ, ରୁଷ ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମକୁ ବ୍ୟାନ୍ କରିଛି। ସରକାର ଚାହୁଛନ୍ତି ଲୋକମାନେ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର ନକରି ସରକାରୀ ମାଲିକାନା ପ୍ଲାଟଫର୍ମ ବ୍ୟବହାର କରନ୍ତୁ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ପୁଟିନ୍ ସରକାର କେବଳ ପ୍ରମୁଖ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ବରଂ ଅନ୍ତର୍ଜାତୀୟ ମିଡିଆ ସଂଗଠନଗୁଡ଼ିକୁ ମଧ୍ୟ ବ୍ୟାନ୍ କରିଛନ୍ତି। ପ୍ରଭାବିତ ୱେବସାଇଟ୍ ମଧ୍ୟରେ ବିବିସି, ଡଏଚେ ୱେଲେ, ରେଡିଓ ଫ୍ରି ଇଉରୋପ୍, ରେଡିଓ ଲିବର୍ଟି ଅନ୍ତର୍ଭୁକ୍ତ। ବେନାମୀ ବ୍ରାଉଜିଂ ପାଇଁ ବ୍ୟବହୃତ ଟୋର୍ ବ୍ରାଉଜରକୁ ମଧ୍ୟ ବ୍ଲକ୍ କରାଯାଇଛି ।