ସାମ୍ନାକୁ ଆସିଲେ ଉଷ୍ମାନ ହାଦୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ, କହିଲେ- ମୁଁ ତାଙ୍କୁ ମାରିନି

NEWS7
public-opposed-containment-declare-in-jharsuguda

ଢାକା ୩୧।୧୨: ଉଷ୍ମାନ ହାଦୀ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଫୈସଲ କରୀମ ମସୁଦ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ମସୁଦ ଉଷ୍ଣାନ ହାଦୀ ହତ୍ୟାରେ କୌଣସି ପ୍ରକାର ସାମିଲ ଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମସୁଦ ଦାବି କରିଛନ୍ତି ଯେ ସେ ଏବେ ଦୁବାଇରେ ଅଛନ୍ତି ଓ ହାଦୀର ହତ୍ୟାରେ ଜମାତ-ଏ-ଇସ୍ଲାମୀ ଓ ଏହାର ଛାତ୍ର ଶାଖା ଛାତ୍ର ଶିବିରର ଲୋକେ ସାମିଲ ଥାଇପାରନ୍ତି।

ମସୁଦ ତାଙ୍କ ବୟାନରେ ଉଷ୍ମାନ ହାଦୀ ସହ ସମ୍ପର୍କ କଥାକୁ ସ୍ୱୀକାର କରିଛନ୍ତି , ତେବେ ସେ କହିଛନ୍ତି ଯେ ତାଙ୍କ ସହ ସମ୍ପର୍କ ସମ୍ପୂର୍ଣ୍ଣ ବ୍ୟବସାୟୀକ ଉଦ୍ଦେଶ୍ୟରେ ଥିଲା। ଜୁଲାଇ ୨୦୨୪ ଶେଖ ହସିନା ବିରୋଧୀ ଛାତ୍ର ଆନ୍ଦୋଳନର ପ୍ରମୁଖ ଉଷ୍ମାନ ହାଦୀକୁ ଡିସେମ୍ବର ୧୨ ତାରିଖ ଦିନ ଢାକାରେ ଗୁଳି କରା ଯାଇଥିଲା। ଗୁରୁତର ଆହତ ହାଦୀଙ୍କୁ ପ୍ରଥମେ ଢାକାରେ ଓ ପରେ ସିଙ୍ଗାପୁର ନେଇ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ତେବେ ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ହାଦୀଙ୍କ ମୃତ୍ୟୁ ବାଂଲାଦେଶରେ କୁହୁଳୁଥିବା ଅସନ୍ତୋଷରେ ନିଆଁ ଲଗାଇଥିଲା।

ବୟାନରେ ମସୁଦ କହିଛନ୍ତି ଯେ ସେ ହାଦୀକୁ ଚାନ୍ଦା ମଧ୍ୟ ଦେଇଥିଲେ, ତେବେ ଏହା କୌଣସି ଅପରାଧିକ ଗତିବିଦ୍ଧି ପାଇଁ ନୁହେଁ, ବରଂ ସରକାରୀ ଠିକା ପ୍ରତିଶ୍ରୁତିରେ ବୋଲି କହିଛନ୍ତି। ତେବେ ମସୁଦ କହିଛନ୍ତି ଯେ ସେ ହାଦୀକୁ ହତ୍ୟା କରିନାହାନ୍ତି। ଏହି ମାମଲାରେ ମୋତେ ଓ ମୋ ପରିବାରକୁ ଫଶାଇବାକୁ ଉଦ୍ୟାମ କରାଯାଉଛି। ହାଦୀ ଜମାତର ସଦସ୍ୟ ଥିଲା, ଏହା ପଛରେ ଜମାତୀ ଥାଇ ପାରନ୍ତି ବୋଲି ସେ ସନ୍ଦେହ କରିଛନ୍ତି। ସେ କହିଛନ୍ତି ଯେ ହାଦୀଙ୍କୁ ପ୍ରମୋସନ ପାଇଁ ଭେଟିଥିଲି, କାରଣ ମୋର ଏକ ଆଇଟି ଫାର୍ମ ଅଛି, ମୁଁ ତାଙ୍କୁ ଚାନ୍ଦା ଦେଇଥିଲି ଏହା ବଦଳେ ସେ ମୋତେ ସରକାରୀ ଠିକା କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ଏହା ପୂର୍ବରୁ ହାଦୀ ହତ୍ୟାକାରୀ ଭାରତ ପଳାଇଥିବା ବାଂଲାଦେଶ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲା। ଏଥିରେ ହାଦୀ ହତ୍ୟାକାରୀ ଫୈସଲ କରୀମ ମସୁଦ ଓ ଜଣେ ଅନ୍ୟ ସନ୍ଦିଗ୍ଧ ଆଲମଗୀର ଶେଖ ସୀମା ପାର କରି ଭାରତ ପଳାଇଥିବା କହିଥିଲେ। ଢାକା ପୋଲିସର ବରିଷ୍ଠ ଅଧିକାରୀ ଏସ.ଏନ.ନଜଋଲ ଇସ୍ଲାମ କହିଥିଲେ ଯେ ସନ୍ଧିଗ୍ଧ ହଲୁଆଘାଟ ବର୍ଡର ପାସ୍ କରି ଭାରତରେ ପ୍ରବେଶ କରିଯାଇଛନ୍ତି। ସେଠାରେ କଥିତ ରୂପେ ଦୁଇ ଭାରତୀୟ ନାଗରିକ ସେମାନଙ୍କୁ ମେଘାଳୟ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି।