ଚଳିତ ବଜେଟ୍ ଐତିହାସିକ, ଭାରତ ଆଜି ରିଫର୍ମର ଏକ୍ସପ୍ରେସରେ ଯାତ୍ରା କରୁଛି: ପିଏମ ମୋଦୀ

NEWS7
protest-against-item-girl-rani-panda-s-dance-in-bhadrak

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଜେଟକୁ ଐତିହାସିକ ଦର୍ଶାଇଛନ୍ତି। ସେ କହିଛନ୍ତି, ଆଜିର ଭାରତ ରିଫର୍ମର ଏକ୍ସପ୍ରେସରେ ଯାତ୍ରା କରୁଛି। ବଜେଟରେ ଏହାକୁ ନୂଆ ଉର୍ଜା ଓ ନୂଆ ଗତି ମିଳିବ। ଏଥିରେ ଆତ୍ମନିର୍ଭର ଭାରତକୁ ନୂଆ ଗତି ମିଳିବ। ଏମଏସଏମକୁ ଏହି ବଜେଟରେ ବ୍ୟାପକ ସମର୍ଥନ ମିଳିଛି। ଭିତ୍ତିଭୂମି ମଜବୁତ ପାଇଁ ଉଚିତ୍ ପଦକ୍ଷେପ ଉଠାଯାଇଛି। ଚଳିତ ବଜେଟରେ ଦେଶର ନାରୀ ଶକ୍ତିର ପ୍ରତିବିମ୍ବ ଝଲସି ଉଠୁଛି। ଏହି ବଜେଟ୍ ଅପାର ଅବସରର ରାଜମାର୍ଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବଜେଟ୍ ଉପସ୍ଥାପିତ ହେବା ପରେ ପିଏମ ମୋଦୀ କହିଛନ୍ତି, ବଜେଟରେ ଯେଉଁ ସଂସ୍କାର ଅଣା ଯାଇଛି ତାହା ଆକାଂକ୍ଷାରେ ଭର୍ତ୍ତି ଭାରତର ସାହସିକ, ପ୍ରତିଭାବାନ ଯୁବ ପିଢିଙ୍କ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିବ। ଏହି ବଜେଟ୍ ଭାରତର ବିଶ୍ଵସ୍ତରରେ ଭୂମିକାକୁ ଆହୁରି ସଶକ୍ତ କରିବ। ଭାରତର ୧୪୦ କୋଟି ନାଗରିକ କେବଳ ଦ୍ରୁତ ବେଗରେ ଗତି କରୁଥିବା ଅର୍ଥବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି। ଆମେ ଶୀଘ୍ର ଦୁନିଆର ତୃତୀୟ ବଡ଼ ଅର୍ଥବ୍ୟବସ୍ଥା ହେବାକୁ ଚାହୁଁଛୁ। ଏହା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ।

ସେ ଏହା ମଧ୍ୟ କହିଛନ୍ତି, ଏହି ବଜେଟ୍ ଭରସା ଉପରେ ଆଧାରିତ ପ୍ରଶାସନିକ ଓ ଜନତା କେନ୍ଦ୍ରିତ ଢାଞ୍ଚାର ଭିଜନକୁ ଦର୍ଶାଉଛି। ଏହା ଏକ ଖାସ୍ ବଜେଟ୍ ଯିଏ ରାଜକୋଷ ଘାଟାକୁ କମ କରିବା ଏବଂ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ପ୍ରାଥମିକା ଦେଇଛି। ଏଥିସହ ଅଧିକ ପୁଞ୍ଜିଗତ ଖର୍ଚ୍ଚ ଓ ମଜବୁତ ଆର୍ଥିକ ବିକାଶ ମଧ୍ୟରେ ସନ୍ତୁଳନ ବଜାୟ ରଖୁଛି। ଦୁନିଆର ଏକ ରଣନୀତି ଗଣତାନ୍ତ୍ରିକ ସହଭାଗୀ ଓ ବିଶ୍ଵାସଯୋଗ୍ୟ ଯୋଗାଣକାରୀ ରୂପେ ଭାରତର ଭୂମିକାକୁ ଆହୁରି ସଶକ୍ତ କରୁଛି।