LIVE TV

TATA ସନସ୍ ରେ ଏନ.ଚନ୍ଦ୍ର ଶେଖରଙ୍କ ‘ହ୍ୟାଟ୍ରିକ୍’, ରତନ ଟାଟାଙ୍କୁ ବି ମିଳିନଥିଲା ଏହି ସୁଯୋଗ

NEWS7
pooja-bedi-reveals-daughter-alaya-son-omar-encouraged-her-to-remarry-before-she-met-fiance-maneck-contractor

ମୁମ୍ବାଇ ୧୩।୧୦: ଟାଟା ସନସ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ଗ୍ରୁପରେ ଏକ ଏପରି ହ୍ୟାଟ୍ରିକ ହାସଲ କରିଛନ୍ତି ଯାହା ରତନ ଟାଟାଙ୍କ ଭାଗ୍ୟରେ ମଧ୍ୟ ଜୁଟିନଥିଲା। ଇକନୋମିକ୍ ଟାଇମ ରିପୋର୍ଟ ଅନୁସାରେ ମାମଲା ସହ ସମ୍ପର୍କିତ ଲୋକେ କହିଛନ୍ତି ଟାଟା ଗ୍ରୁପ ରିଟାୟରମେଣ୍ଟ ପଲିସିରୁ ପ୍ରଥମ ଥର  ବାହାରକୁ ଯାଇ ଚନ୍ଦ୍ରଶେଖରନଙ୍କ ଲାଗି ତୃତୀୟ କାର୍ଯ୍ୟକାଳକୁ ମଞ୍ଜୁରୀ ଦେଇଛି। ଫେବୃଆରୀ ୨୦୨୭ରେ ଦ୍ୱିତୀୟ କାର୍ଯ୍ୟକାଳ ସମାପ୍ତ ହେବାରେ ଚନ୍ଦ୍ରଶେଖରନ ୬୫ ବର୍ଷ ବୟସରେ ପଦାର୍ପଣ କରିବେ। ଏଣୁ ସେ ପଦରୁ ହଟି ପାରନ୍ତି ବୋଲି ଆକଳନ କରାଯାଉଛି, ତେବେ ସେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଅଣ ଏକଜ୍ୟୁକୁଟିଭ ପଦରେ ରହି ପାରିବେ।

ଟାଟା ସନସ୍ ଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ କାର୍ଯ୍ୟରେ ନିରନ୍ତରତା ଜାରି ରଖିବା ପାଇଁ ଏହା ଅନୁଭବ କରାଯାଇଛି ଯେ ସେମିକଣ୍ଡକ୍ଟର, ଇଲେକ୍ଟ୍ରିକ ବାହନ ନିମନ୍ତେ ବ୍ୟାଟେରୀ ଓ ଏୟାର ଇଣ୍ଡିଆ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ପୁରଣ କରିବା ପାଇଁ ଜଣେ କାର୍ଯ୍ୟକାରୀ ନେତୃତ୍ୱଙ୍କ ଆବଶ୍ୟକତା ରହିଛି। ଏଣୁ ଟ୍ରଷ୍ଟର ପ୍ରସ୍ତାବ ଟାଟା ସନସ୍ କୁ ପଠାଯାଇଥିଲା। ଏଥିରେ ୨୦୨୭ରେ ସେ ନିଶ୍ଟିତ ରୂପେ ତାଙ୍କ ତୃତୀୟ କାର୍ଯ୍ୟକାଳ ସମ୍ପ୍ରସାରଣକୁ ମଞ୍ଜୁରୀ ଦେବା ପାଇଁ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି।

ମିଡିଆ ରିପୋର୍ଟସ ରେ କୁହାଯାଇଛି ଯେ ନୋଏଲ ଟାଟା ଓ ବେଣୁ ଶ୍ରୀନିବାସନ ସେପ୍ଟେମ୍ବର ୧୧ ତାରିଖରେ ଅନୁଷ୍ଠିତ ଟାଟା ଟ୍ରଷ୍ଟ ବୈଠକରେ ଚନ୍ଦ୍ରଶେଖରନଙ୍କ ଲାଗି ୫ ବର୍ଷ ନିମନ୍ତେ ତୃତୀୟ କାର୍ଯ୍ୟକାରୀ କାର୍ଯ୍ୟକାଳ ପ୍ରସ୍ତାବ କରିଥିଲେ। ଏହି ପ୍ରସ୍ତାବକୁ ସର୍ବସମ୍ମତି ମଞ୍ଜୁରୀ ମିଳିଛି। ମାମଲାରେ ଟାଟା ଟ୍ରଷ୍ଟ କୌଣସି ଟିପ୍ପଣୀ କରି ନାହାନ୍ତି। ନିୟମ ଅନୁସାରେ ନୂଆ କାର୍ଯ୍ୟକାଳକୁ ଏହା ସମାପ୍ତ ହେବାର ୧ ବର୍ଷ ପୂର୍ବରୁ ମଞ୍ଜୁରୀ ଦିଆଯାଇଥାଏ। ସେହି ଅନୁସାରେ ଆଗାମୀ ବର୍ଷ ଫେବୃଆରୀ ମାସରେ ଟାଟା ଟ୍ରଷ୍ଟ ଦ୍ୱାରା ନିଷ୍ପତ୍ତିକୁ ଔପଚାରିକ ରୂପ ଦିଆଯିବ। ଏପରି ପ୍ରଥମ ଥର ହେବ ଯେତେବେଳେ କୌଣସି ଗ୍ରୁପ ଏକଜ୍ୟୁକୁଟିଭ ରିଟାୟରମେଣ୍ଟ ଲିମିଟ ପରେ ବି ସକ୍ରିୟ କାର୍ଯ୍ୟକାରୀ ଭୂମିକାରେ ସକ୍ରିୟ ରହିବେ।

ପରାମର୍ଶଦାତା ଫାର୍ମ କ୍ୟାଟାଲିଷ୍ଟ ଆଡଭାଇଜର୍ସ ର ଏମଡି କେତନ ଦଲାଲ ଇଟି ରିପୋର୍ଟରେ କହିଛନ୍ତି ଯେ ଏହି ସମ୍ପ୍ରସାରଣ ଅସାଧାରଣ ଲାଗିପାରେ କିନ୍ତୁ ଗ୍ରୁପ ଯେଉଁ ଗୁରୁତ୍ୱପୂର୍ଣ୍ଣ ମୋଡରେ ଛିଡା ହୋଇଛି ତାହାକୁ ଦେଖିଲେ ଏହା ଅପ୍ରତ୍ୟାସିତ କୁହାଯାଇ ପାରିବନି। ସେ କହିଛନ୍ତି ଯେ ଟାଟା ଏକ ଅସାଧାରଣ ଓ ସମ୍ମାନୀତ ଗ୍ରୁପ, ହେଲେ ଏହା ଏବେ ଅନ୍ତରିଣ ଓ ବାହ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଏହା ପୂର୍ବରୁ ଚନ୍ଦ୍ରଶେଖରନଙ୍କୁ ଗତ ୨୦୨୨ ମସିହାରେ ପାଞ୍ଚବର୍ଷର ଦ୍ୱିତୀୟ କାର୍ଯ୍ୟକାଳ ମିଳିଥିଲା। ଟାଟା କନସଲ୍ଟାଣ୍ଟ ସର୍ଭିସେସ (ଟିସିଏସ) ର ଅଭିଜ୍ଞ ଅଧିକାରୀ ଚନ୍ଦ୍ରଶେଖରନକୁ ୨୦୧୬ ମସିହାରେ ପ୍ରଥମ ଥର ଟାଟା ସନସ୍ ବୋର୍ଡରେ ସାମିଲ କରାଯାଇଥିଲା ଓ ୨୦୧୭ ଜାନୁୟାରୀରେ ସେ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ।