LIVE TV

Nuapada Byelection: ବିଜୟ ପାଇଁ ଜୟ ଢୋଲକିଆଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ, ବିଜେଡି କର୍ମୀଙ୍କୁ ଦେଲେ ଧନ୍ୟବାଦ

NEWS7
police-investigation-on-aditya-suicide-case

ଭୁବନେଶ୍ବର: ସରିଛି ନୂଆପଡ଼ା ଉପନିର୍ବାଚନ। ଆସିଛି ଫଳାଫଳ। ବହୁମତ ସହ ବାଜି ନୂଆପଡ଼ା ସିଟ୍ ହାତେଇଛି ବିଜେପି। ବହୁ ପଛରେ ପଡ଼ିଯାଇଛନ୍ତି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ। ଏସବୁ ଭିତରେ ଶୁକ୍ରବାର ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ।

ନବୀନ କହିଛନ୍ତି ‘ନିର୍ବାଚନ ଆସିବ ଯିବ କିନ୍ତୁ ଲୋକଙ୍କ ବିଶ୍ବାସକୁ ସମ୍ମାନ ଦେବ ବିଜେଡି। ବିଜେଡି ଅନେକ ଉତଥାନ- ପତନ ଦେଖିଛି। ଲୋକଙ୍କ ପାଇଁ ଲଢ଼ିବା ବିଜେଡିର ପ୍ରତିବଦ୍ଧତା। ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ।’’ ନବୀନ ବିଜୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଥାଉକି, ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ସେହିଭଳି ବିଜେଡିକୁ ମିଳିଛି ୩୮, ୪୦୮ ଖଣ୍ଡ ଭୋଟ୍।