ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

NEWS7
pm-narendra-modi-condoles-death-of-veteran-indian-american-journalist-who-died-of-coronavirus

ଭୁବନେଶ୍ଵର ୧୪ ।୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ସପତ୍ନୀକ ସହ ବୁଡ଼ ପକାଇଛନ୍ତି। ଏଥି ପାଇଁ ଶବ୍ୟା କାବେରୀ ଘାଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ମଧ୍ୟ ଉପସ୍ଥିତ ରହିଥିଲେ ।

ଖବର ଅନୁଯାୟୀ, ଦୁଇଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନ ମାନେ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ସପତ୍ନୀକ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବୁଡ଼ ପକାଇବା କାର୍ଯ୍ୟକ୍ରମକୁ ଦେଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖାସ୍‌ କରି ବୁଡ଼ ପକାଇବା ସ୍ଥାନରେ ବ୍ୟାରିକେଡ୍‌ କରାଯିବା ସହ ଓଡ୍ରାଫ ଟିମ୍‌ ନିୟୋଜିତ କରାଯାଇଛି ।