LIVE TV

ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଗ୍ରାମ ମହାମଞ୍ଚର ପ୍ରେସମିଟ, ସମସ୍ତ ଦାବି ପୂରଣ ପାଇଁ ଦାବି

NEWS7
pm-modi-address-congress-leader-manish-tewari-said-20-lakh-crores-no-details

ଭୁବନେଶ୍ୱର ୧୫।୧୦ : ଓଡିଶା ବିଦ୍ୟୁତ କର୍ମଚାରୀ ସଂଗ୍ରାମ ମହାମଞ୍ଚର ସାମ୍ବାଦିକ ସମ୍ମିଳନୀ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଦାବି ଉଠାଇଛି ମହାମଞ୍ଚ। ପୂର୍ବ ବ୍ୟବସ୍ଥା ତଥା ଆଇନ୍ ଅନୁଯାୟୀ ଟାଟା ପାୱାର ଲାଇନ ମ୍ୟାନ ଠାରୁ ଆସିଷ୍ଟାଣ୍ଟ ଇଞ୍ଜିନିଅର ପର୍ଯ୍ୟନ୍ତ ନିଯୁକ୍ତି ମୂଳ କ୍ୟାଡ଼ରରେ କରିବା ପାଇଁ ମହାମଞ୍ଚ ଦାବି ରଖିଛି। ସେହିଭଳି ୦୧.୦୧.୨୦୦୬ ପରେ ଯୋଗଦେଇଥିବା କର୍ମଚାରୀଙ୍କ ପାଇଁ NPS ଓ ପରିବାର ପେନସନ୍ ଯୋଜନାକୁ ଅବିଳମ୍ବେ ଲାଗୁ କରିବା, ବେଆଇନ ଏବଂ ଏକତରଫା ଭାବେ ବିଦ୍ୟୁତ କର୍ମଚାରୀ ମାନଙ୍କ ଉପରେ ହୋଇଥିବା ମାତ୍ରାଧୂକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା , ନିୟମ ଅନୁଯାୟୀ ସମସ୍ତ ତଦନ୍ତ ପ୍ରକ୍ରିୟା ପରିଚାଳନା କରିବା, ଦୀର୍ଘ ଦିନ ଧରି ଠପ୍ ପଢିଥିବା କର୍ମଚାରୀମାନଙ୍କ କ୍ୟାଡ଼ର ପୂଳର୍ଗଠନ କାର୍ଯ୍ୟ ତୁରନ୍ତ ପୂରଣ କରିବା, OCSR CTC କ୍ୟାଡ଼ର ମଧ୍ୟରେ ଅନୁଚିତ ରିପୋର୍ଟ ସମ୍ପର୍କ ସୁଧାରି ୮ ଘଣ୍ଟିଆ କାର୍ଯ୍ୟ ସମୟକୁ ଆଇନସଂଗତ ଭାବେ ଲାଗୁ କରିବା, ବେଆଇନ ଛଟେଇ ବନ୍ଦ କରିବା ଆଦି ଦାବି ରଖିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ମହାମଞ୍ଚ ଅଧୀନରେ ଥିବା ସମସ୍ତ ସଂଘ ତ‌ଥା ଆସୋସିଏସନମାନଙ୍କର ସଭାପତି ଏବଂ ସାଧାରଣ ସମ୍ପାଦକମାନେ ଉପସ୍ଥିତ ଥିଲେ।