ମୋତେ ହାରାସ୍ କରାଯାଉଥିଲା, ବାବୁ ପର୍ସନାଲ୍ କିଛି ନକଲେ ବି ଲୋକ ଲଗାଇ କରାଉଥିଲେ...

NEWS7
pm-modi-address-congress-leader-manish-tewari-said-20-lakh-crores-no-details

ଭୁବନେଶ୍ବର ୬।୨: ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯାତ୍ରା ଅଭିନେତା ସାଇ ସତ୍ୟଜିତ୍ ପଣ୍ଡା । ସଙ୍ଗୀନ ଅଭିଯୋଗ ସହ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଇ ଓ ତାଙ୍କ ମାଆ । ପ୍ରଥମେ ସାଇଙ୍କ ମାଆ ଅନନ୍ତ ନାରାୟଣ ଧଳଙ୍କ ନାଁରେ ବାଲିପାଟଣା ଥାନାରେ ଏଫଆଇଆର ଦେଇଥିଲେ । ପରେ ସାଇ ନିଜେ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏଫଆଇଆରରେ ଉଲ୍ଲେଖ । ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଚମକ ଦେଉଥିବା ସାଇ ସତ୍ୟଜିତ୍ ଅଭିଯୋଗ ଆଣିଛନ୍ତି ।

ବର୍ତ୍ତମାନ ସାଇ ତୁଳସୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି କିଛି ଦିନ ହେବ ସେ ଅସୁସ୍ଥ ମଧ୍ୟ ଅଛନ୍ତି । ଲୋକ ଲଗାଇ ଉଠେଇନେବା, ମାରିଦେବା ଭଳି ଧମକ ମଧ୍ୟ ଦେଇଛନ୍ତି ନାଣ୍ଡୁ । ପରିବାର ଲୋକେ ସାଇଙ୍କ ଜୀବନ ବିପଦରେ ଥିବା ଅନୁଭବ କରୁଛନ୍ତି ଯେଉଁଥିପାଇଁ ଆଗାମୀ ଦିନରେ ତାଙ୍କୁ ଯାତ୍ରା କରିବାକୁ ବାରଣ କରୁଛନ୍ତି ପରିବାର ଲୋକେ । ସାଇ ଅନ୍ୟ ଏକ ଯାତ୍ରା ପାର୍ଟିରୁ ଅଗ୍ରୀମ ଟଙ୍କା ମଧ୍ୟ ଆଣିଛନ୍ତି ଯାହା ବିଷୟରେ ଜାଣିଛନ୍ତି ନାଣ୍ଡୁ ବାବୁ । ତେଣୁ ତାଙ୍କୁ ପୁନର୍ବାର ନିଜ ପାର୍ଟିରେ ରହିବାକୁ ବାଧ୍ୟ କରୁଛନ୍ତି ।​​​​​​​