ସ୍କୁଲରେ ଚାଲିଥିଲା ଗଣିତ କ୍ଲାସ୍, ନବମ ଶ୍ରେଣୀ ଛାତ୍ରଙ୍କ ପକେଟ୍‌ରୁ ଯାହା ବାହାରିଲା ତାଜୁବ ହୋଇଗଲେ ସାର୍

NEWS7
pm-and-chief-defence-crate-misunderstanding-in-pakistan

ମାର୍ଶାଘାଇ ୧୩।୧୨: ସ୍କୁଲରେ ଚାଲିଥିଲା ଗଣିତ କ୍ଲାସ୍ । ହଠାତ୍ ସାର୍ ଯାଞ୍ଚ କଲେ ଛାତ୍ରଙ୍କ ପକେଟ୍ । ଯାହା ବାହାରିଲା ତାକୁ ଦେଖି ତାଜୁବ ହୋଇଗଲେ ଗଣିତ ସାର୍ । ନବମ ଶ୍ରେଣୀ ଛାତ୍ରଙ୍କ ପକେଟ୍ରେ ଥିଲା ବନ୍ଧୁକ । ଛାତ୍ରଙ୍କ ପକେଟ୍‌ରୁ ବନ୍ଧୁକ ବାହାରିବା ପରେ ସାରା ସ୍କୁଲରେ ପଡ଼ିଗଲା ଚହଳ । ସ୍କୁଲ ପିଲା ବି ହୋଇଗଲେ ଛାନିଆ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ତେବେ ଛାତ୍ର ଜଣଙ୍କ ସ୍କୁଲକୁ କାହିଁକି ଆଣିଥିଲେ ବନ୍ଧୁକ ? କ’ଣ ଥିଲା ତାଙ୍କ ଉଦ୍ଦେଶ୍ୟ ? କାହାକୁ ଡରାଇବା ପାଇଁ ବନ୍ଧୁକ ଆଣିଥିଲେ ନା’ ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ? ଏମିତି ଅନେକ ପ୍ରଶ୍ନ ଭିତରେ ପୋଲିସ ବନ୍ଧୁକଟିକୁ ଜବତ କରି ଫରେନ୍ସିକ୍ ତଦନ୍ତ ପାଇଁ ପଠାଇ ଦେଇଛି । ତେବେ ପୋଲିସର ତଦନ୍ତ ପରେ ଏହା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । ନବମ ଶ୍ରେଣୀ ଛାତ୍ରଙ୍କ ପକେଟରୁ ବନ୍ଧୁକ ବାହାରିବ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଶୁକ୍ରବାର ସ୍କୁଲକୁ ଆସିଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ । ପାଠପଢ଼ା ବି ଚାଲିଥିଲା । ଅପରାହ୍ନ ସମୟରେ ଚାଲିଥିଲା ଗଣିତ କ୍ଲାସ୍ । ଗଣିତ କ୍ଲାସ୍ ଚାଲିଥିବା ସମୟରେ ଜଣେ ଛାତ୍ରଙ୍କ ପକେଟ ଉଚ୍ଚା ଦେଖାଯାଉଥିବା ଶିକ୍ଷକ ଦେଖିଥିଲେ । ଫଳରେ ଗଣିତ ସାର୍ ଜଣଙ୍କ ଛାତ୍ର ଜଣଙ୍କୁ ଚେକିଂ କରିଥିଲେ । ତେବେ ଚେକିଂ କରିବା ପରେ ଛାତ୍ରଙ୍କ ପକେଟରୁ ବାହାରିଥିଲା ଏକ ବନ୍ଧୁକ । ଯାହାକୁ ଦେଖି ଗଣିତ ସାର୍ ତାଜୁବ ହୋଇଯାଇଥିଲେ । ପିଲାମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଗଣିତ ସାର୍ ଜଣଙ୍କ ଏ ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ।

​​​​​​​

ପ୍ରଧାନ ଶିକ୍ଷକ ଏ ବିଷୟରେ ଖବର ପାଇବା ପରେ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ । ଫଳରେ କୁଦାନଗରୀ ପୋଲିସ ବିଦ୍ୟାଳୟ ପରିସରରେ ପହଞ୍ଚି ଛାତ୍ରଙ୍କ ପକେଟ୍ରୁ ବାହାରି ବନ୍ଧୁକ ଜବତ କରିଥିଲେ । ଏହାସହ ସଂପୃକ୍ତ ଛାତ୍ର ଜଣଙ୍କୁ ସୁଧାର ଗୃହକୁ ସ୍ଥାନାନ୍ତର କରିଥିଲେ । ବନ୍ଧୁକଟିକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଇବା ସହିତ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ବୋଲି କୁହାଯାଉଛି ।