'ମୋତେ ବିବାହ କରିବ କି', ଆଟେଣ୍ଡାଣ୍ଟଙ୍କୁ ଫ୍ଲାଇଟ୍‌ରେ ପ୍ରପୋଜ କଲେ ପାଇଲଟ....

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬/୦୪: ପ୍ରାୟତ ଲୋକେ ଏକ ସ୍ୱତନ୍ତ୍ର ସ୍ଥାନରେ ନିଜର ପ୍ରେମର ପରିପ୍ରକାଶ କରିବାକୁ ଇଚ୍ଛା କରନ୍ତି । ଫଳରେ ସେହି ମୁହୂର୍ତ୍ତଟି ସେମାନଙ୍କ ଜୀବନସାରା ସ୍ମରଣୀୟ ହୋଇ ରହିଥାଏ । ଜଣେ ପାଇଲଟ୍ ମଧ୍ୟ ନିଜ ପ୍ରେମର ପରିଭାଷାକୁ ସମାନ ଭାବେ ପରିପ୍ରକାଶ କରିଥିଲେ । ବିମାନରେ ଲୋକଙ୍କ ସାମ୍ନାରେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ । 

ଯିଏ କି ଜଣେ ବିମାନ କର୍ମଚାରୀ । ସମସ୍ତଙ୍କ ସାମ୍ନାରେ ପ୍ରପୋଜ କରିବାବେଳେ ପାଇଲଟ୍ ଆଟେଣ୍ଡାଣ୍ଟଙ୍କୁ କହିଥିଲେ କି 'ତୁମେ ମୋତେ ବିବାହ କରିବ କି?' ତାଙ୍କର ପ୍ରପୋଜ ଷ୍ଟାଇଲ୍ ବିମାନରେ ବସିଥିବା ଲୋକଙ୍କ ମୁହଁରେ ହସ ଆଣିଦେଇଥିଲା । ସମସ୍ତେ ହସିବା ସହ କରତାଳି ଦେବା ଆରମ୍ଭ କରିଥିଲେ । ପ୍ରକୃତରେ ଘଟଣାଟି ପୋଲାଣ୍ଡର ବୋଲି କୁହାଯାଉଛି। 

ସୂଚନା ଥାଉକି, ବିମାନ ଉଡ଼ାଣ ଆରମ୍ଭ ପୂର୍ବରୁ ପାଇଲଟ ଏପରି କରିଥିଲେ । ସେ ଆଣ୍ଠୁ ମାଡି ଫୁଲ ଧରି ତଳେ ବସିଥିଲେ। ତା’ପରେ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ । ପରେ ଦୁହେଁ ପରସ୍ପରକୁ କିସ୍ କରି ନିଜ ପ୍ରେମର ପରିଭାଷାକୁ ଜଣାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । 


ଏହାକୁ LOT ପୋଲାଣ୍ଡ ଏୟାରଲାଇନ୍ସ କମ୍ପାନୀ ଫେସବୁକରେ ସେୟାର କରିଛି । ଏହା ଦେଖାଯାଇପାରେ ଯେ ଫ୍ଲାଇଟ୍ ପାଇଲଟ୍ କ୍ୟାପଟେନ କନରାଡ ହଙ୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବିବାହ ବିଷୟରେ ପ୍ରଶ୍ନ ପଚାରିଛନ୍ତି। ଯିଏ ତାଙ୍କ ପ୍ରସ୍ତାବ ଗ୍ରହଣ କରନ୍ତି | ପ୍ରସ୍ତାବ ଦେବାବେଳେ ପ୍ରିତିଟି ସିନ୍ ବେଶ୍ ଭାବପ୍ରବଣ ହୋଇଯାଇଛି । କହିଥିଲେ ଯେ ଲେଡିଜ୍ ଆଣ୍ଡ ଜେଣ୍ଟେଲମେନ୍ ଏହି ଚାକିରିରେ ପ୍ରାୟ ଦେଢ ବର୍ଷ ପୂର୍ବେ, ମୁଁ ସବୁଠାରୁ ମୋ ମନର ମାନସୀଙ୍କୁ ଭେଟିଥିଲି ।

ଯିଏ ମୋ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲେ । ତୁମେ ମୋ ପାଇଁ ସବୁଠାରୁ ମୂଲ୍ୟବାନ । ତୁମେ ମୋର ସବୁଠୁ ବଡ଼ ସ୍ୱପ୍ନ ସାକାର କରିବ । ସେଥିପାଇଁ ମୁଁ ତୁମଠାରୁ ହଁ ଆବଶ୍ୟକ କରୁଛି । ଆପଣ ମୋତେ ବିବାହ କରିବେ କି?' ଏହା ପରେ ଆଟେଣ୍ଡାଣ୍ଟ ବି ଦୌଡ଼ି ଆସି ପାଇଲଟଙ୍କୁ ଆଲିଙ୍ଗନ କରିତିଲେ । ସର୍ବ ସମ୍ମଖରେ ସେ ଉତ୍ତର ଦେଇଥିଲେ ହଁ ମୁଁ ବିବାହ ପାଇଁ ରାଜି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.