ବିରୋଧୀଙ୍କୁ ପାଣ୍ଡିଆନ୍‌ଙ୍କ କଟାକ୍ଷ : ଅନ୍ୟ ଦଳ ନିର୍ବାଚନ ଜିତିବା ପାଇଁ ଇସ୍ତାହାର ଆଣନ୍ତି, ହେଲେ ମୁଖ୍ୟମନ୍ତ୍ରୀ ବିକାଶକୁ ବିଶ୍ୱାସ କରନ୍ତି

Published By : Prameya-News7 Bureau | May 08, 2024 IST

ବ୍ରହ୍ମପୁର ୦୮।୦୫: ଟିଭି ଚ୍ୟାନଲ ସମ୍ପାଦକଙ୍କ ସହ ଭି.କେ ପାଣ୍ଡିଆନଙ୍କ ଆଲୋଚନା । ଆଜି ବଡ଼ି ଭୋରରୁ ଗଞ୍ଜାମରେ ଲମ୍ବା ସମୟ ଧରି ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ୍। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଭିକେ ପାଣ୍ଡିଆନ୍ ।

ଲମ୍ବା ସମୟ ଧରି ଚାଲିଥିବା ଏହି ପ୍ରେସମିଟରେ ରାଜ୍ୟ ସରକାରଙ୍କ ବିକାଶ ଓ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ଗୋଟି ଗୋଟି କରି ତଥ୍ୟ ରଖିଥିଲେ ଗଣମାଧ୍ୟମ ଆଗରେ ।

ନବୀନ ଓ ନବୀନ ସରକାରଙ୍କର ବିଚାରଧାରା କିଭଳି ରାଜ୍ୟକୁ ବିକାଶ ଦିଗରେ ଆଗକୁ ନେଉଛି ତା ଉପରେ ଆଲୋକପାତ କରିଥିବା ବେଳେ କେନ୍ଦ୍ର କିପରି ଏଥିରେ ବାଧକ ସାଜିଛି ତା ଉପରେ କଡ଼ା ଟିପ୍ପଣୀ ଦେଇଥିଲେ ପାଣ୍ଡିଆନ୍ । ସମ୍ପାଦକମାନଙ୍କ ବିଭିନ୍ନ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଥିଲେ ପାଣ୍ଡିଆନ୍। ଜାତୀୟ ରାଜନୈତିକ ଦଳର ନିଷ୍ପତ୍ତି ସବୁବେଳେ ଦିଲ୍ଲୀରେ ହୁଏ । ଵିଜେଡ଼ି ଓ ଜାତୀୟ ଦଳ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଜାତୀୟ ଦଳରେ ବସ ପ୍ରିତୀ ରହେ । କିନ୍ତୁ ଵିଜେଡ଼ିରେ ସେମିତି ନୁହେଁ । ଯୋଡି ଶଙ୍ଖ କେବଳ ରାଜ୍ୟ ପାଇଁ, ଵିଜେଡ଼ି ପାଇଁ ନୁହେଁ । ସଂସଦରେ ରାଜ୍ୟର ସ୍ୱର ଶୁଭିବାର ଅଛି ।

ଜାତୀୟ ଦଳର ସାଂସଦ ମାନେ ରାଜ୍ୟର ସ୍ୱରକୁ ଶାଣିତ କରି ପାରିଲେ ନାହିଁ । ଓଡିଶାରୁ ୮ ଜଣ ଵିଜେପି ସଦସ୍ୟ ସଂସଦ ଯାଇଥିଲେ ମଧ୍ୟ ରାଜ୍ୟ ପାଇଁ କଣ କରିଛନ୍ତି ? ସମଗ୍ର ଦେଶ ପାଇଁ ଯାହା ହୋଇଛି ଓଡିଶା ପାଇଁ କେନ୍ଦ୍ର ସରକାର ସେୟା କରିଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ଅନ୍ୟ ଦଳ ମାନେ ନିର୍ବାଚନ ଜିତିବା ପାଇଁ ଇସ୍ତାହାର କରନ୍ତି । କିନ୍ତୁ ନବୀନ ଇସ୍ତାହାରକୁ ବିଶ୍ୱାସ କରନ୍ତିନି, ବିକାଶକୁ ବିଶ୍ୱାସ କରନ୍ତି । ଏବେଵି ରାଜ୍ୟର ବିକାଶ ପାଇଁ ନବୀନ ପୁଣି ଥରେ ସରକାର ଗଠନ କରିବେ । ତିନି ଚତୁର୍ଥାଂଶ ଆସନ ଲାଭ କରି ଵିଜେଡ଼ି ସରକାର ଗଠନ କରିବ ବୋଲି କହିଛନ୍ତି ଭି କେ ପାଣ୍ଡିଆନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ଗରୀବ ଜନ ସାଧାରଣ ବେଶ ଉପକୃତ ହେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରାଜ୍ୟରେ ୯୫ ଲକ୍ଷ ଲୋକଙ୍କୁ ସେବା ଯୋଗାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.