ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

Published By : Prameya-News7 Bureau | May 08, 2024 IST

ମୁମ୍ଵାଇ ୦୮।୦୫: ମାଲାୟାଲମ ଅଭିନେତ୍ରୀ କନକଲତାଙ୍କ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ସେ ଥିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୬୪ ବର୍ଷ ହୋଇଥିଲା। କହିବାକୁ ଗଲେ ସେ ଗତ ତିନିବର୍ଷ ଧରି ଅନିଦ୍ରା ସମସ୍ୟା ସହ ସଂଘର୍ଷ କରୁଥିଲେ। ଏହି ଅଭିନେତ୍ରୀ ଡିମେନ୍ସିଆ ନାମକ ଏକ ରୋଗରେ ପୀଡିତ ଥିଲେ। ଫଳରେ ତାଙ୍କ ମସ୍ତିଷ୍କ ସଙ୍କୁଚିତ ହେବାକୁ ଲାଗିଲା। ଏମଆରଆଇ କରିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ।

କନକଲତା ପ୍ରାୟ ୩୮ ବର୍ଷ ଅଭିନୟ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅନାରର୍ଥୁପଟ୍ଟୁ’, ଯଦିଓ ଏହି ଚଳଚ୍ଚିତ୍ର କେବେ ରିଲିଜ ହୋଇ ନ ଥିଲା। ଏହା ପରେ ସେ ‘ଚିଲୁ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀ ମାଲାୟାଲମ ଏବଂ ତାମିଲରେ ୩୬୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଟିଭିରେ ମଧ୍ୟ ଅନେକ ଖ୍ୟାତି ଅର୍ଜନ କରିଛନ୍ତ। କନକଲତାଙ୍କୁ ଶେଷ ଥର ପାଇଁ ‘ପୁକ୍କାଲମ’ରେ ଦେଖିବାକୁ ମିଳିଥିଲା।

କନକଲତାଙ୍କ ପ୍ରଥମ ଚଳଚ୍ଚିତ୍ର 'ଅନାରଥପଟ୍ଟୁ'। ହେଲେ ଏହା ରିଲିଜ ହୋଇନଥିଲା। ଏହା ପରେ ସେ 'ଚିଲ୍ଲୁ'ର ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ୨୨ ବର୍ଷ ବୟସରେ ସେ ପ୍ରେମରେ ପଡ଼ି ବିବାହ କରିଥିଲେ। ଷୋହଳ ବର୍ଷର ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। କନକଲତାଙ୍କର କୌଣସି ସନ୍ତାନ ନାହିଁ। ଅଭିନେତ୍ରୀ ତାଙ୍କ ଭଉଣୀ ବିଜୟମାଙ୍କ ସହ ରହୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.