ଝାଡୁଧରି ନିଜେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବାଣ୍ଟିଲେ ଫଳ

NEWS7
photo-of-man-holding-explosives-was-found-near-mukesh-ambanis-house-wearing-ppe-kit

ଅନୁଗୋଳ ୨୮।୧୨: ଅନୁଗୋଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ । ଅନୁଗୋଳ ରାଜାଛକରୁ ଅନୁଗୋଳ ମେଡ଼ିକାଲ ପର୍ଯ୍ୟନ୍ତ ନିଜେ କର୍ମୀଙ୍କ ଗହଣରେ ଝାଡୁଧରି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଆମ ସହର ଆମ ଗର୍ବ, ସ୍ଵଚ୍ଛ, ସୁନ୍ଦର ଆମ ଅନୁଗୋଳ ଗଢ଼ିବାର ସଂକଳ୍ପ ନେଇଥିଲେ । ଏହି ସଂକଳ୍ପରେ ସମସ୍ତେ ସାମିଲ ହେବା ଦରକାର । ତାହେଲେ ଯାଇ ଆମ ଅନୁଗୋଳ ସୁନ୍ଦର ଆଉ ସ୍ଵଚ୍ଛ ହୋଇପାରିବ । ବୃକ୍ଷ ରୋପଣ ମଧ୍ୟ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

​​​​​​​

ଏହାପରେ ମ୍ୟୁନିସିପାଲଟି ୪ ନମ୍ବର ୱାର୍ଡର ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଫଳ ବଣ୍ଟନ କରିଥିଲେ । ପିଲାଙ୍କ ସ୍ବାସ୍ଥ୍ୟପ୍ରତି ଫଳର ଆବଶ୍ୟକ ନିତାନ୍ତ ଜରୁରୀ । ସପ୍ତାହକୁ ଗୋଟିଏ ଦିନ ପିଲାଙ୍କୁ ଫଳ ଦେବାକୁ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।