LIVE TV

ଅକ୍ଟୋବର ୧୮ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

NEWS7
people-call-this-temple-as-hell

ମେଷ - ଆଜି ମନ ଧାର୍ମିକ ଭାବନାରେ ପୂର୍ଣ୍ଣ ରହିବ। ପାରିବାରିକ ସମ୍ପର୍କ ମଜଭୁତ ହେବ। କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରି ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ ଓ ଉତ୍ସାହ ଅନୁଭବ କରିବେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।

ବୃଷ    - କାର୍ଯ୍ୟରେ ବ୍ୟସ୍ତତା ବଢ଼ିଲେ ମଧ୍ୟ ସଫଳତା ମିଳିବ। ଆର୍ଥିକ ଅବସ୍ଥା ଦୃଢ଼ ହେବାରୁ ମନ ଆନନ୍ଦିତ ରହିବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପାଇଁ ନୂଆ ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ଓ ସ୍ନେହ ବୃଦ୍ଧି ପାଇବ। ପରିଶ୍ରମର ଫଳ ନିଶ୍ଚିତ ରୂପେ ମିଳିବାର ଯୋଗ ଅଛି।

ମିଥୁନ - ଜରୁରୀ କାର୍ଯ୍ୟରେ ଅଧିକ ସମୟ ଦେଇ ସଫଳ ହେବେ। ଆଶା କରୁଥିବା ଦିଗରୁ ଧନ ପ୍ରାପ୍ତିର ସୁଯୋଗ ରହିଛି। ପିଲାମାନେ ପାଠପଢ଼ାରେ ଉଲ୍ଲେଖନୀୟ ଫଳ କରିବେ। କୌଣସି ଗୁପ୍ତ ମନୋକାମନା ପୂରଣ ହେବାର ସମ୍ଭାବନା ଅଛି। ବନ୍ଧୁମାନଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।

କର୍କଟ - ଆଜି କିଛି ଖାସ୍ କରିବାର ସୁଯୋଗ ଆସିବ। ଅଚାନକ ସୂତ୍ରରୁ ଆର୍ଥିକ ଲାଭ ହେବାର ପ୍ରବଳ ଯୋଗ ରହିଛି। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିପାରେ। ପାରିବାରିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ପୁରୁଣା ସମସ୍ୟାର ସମାଧାନ ହେବ ଓ ମନ ଶାନ୍ତ ରହିବ।

ସିଂହ    - ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଆଜି ଆପଣ ଧାର୍ମିକ କାର୍ଯ୍ୟରେ ମନ ଦେଇପାରନ୍ତି। ବ୍ୟବସାୟରେ ମନ ଦେଇ ଯଥେଷ୍ଟ ଲାଭ ପାଇବେ। ଅଫିସ୍ କାର୍ଯ୍ୟରେ କୌଣସି ଖୁସିର ଖବର ମିଳିପାରେ। ଦିନଟି ସମ୍ପୂର୍ଣ୍ଣ ଭାବେ ଆନନ୍ଦରେ ଭରି ରହିବ।

କନ୍ୟା - କଷ୍ଟକର କାର୍ଯ୍ୟକୁ ଆପଣ ସହଜରେ କରିପାରିବେ। ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବାର ଯୋଗ ଅଛି। କୌଣସି ବଡ଼ ଧରଣର ଆର୍ଥିକ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରି ଖୁସି ରହିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ବହୁତ ସମ୍ମାନ ମିଳିବ।

ତୁଳା    - ଆଜି ଆପଣଙ୍କ ଶକ୍ତିର ସ୍ତର ବହୁତ ଉଚ୍ଚା ରହିବ। ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ଭବିଷ୍ୟତରେ ଲାଭଦାୟକ ହେବ। ଅଫିସରେ କାର୍ଯ୍ୟ ବାତାବରଣ ଅନୁକୂଳ ରହିବ। ଆଇନ କାନୁନ ମାମଲାଗୁଡ଼ିକ ସହଜରେ ସମାଧାନ ହୋଇଯିବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ।

ବିଛା    - ସଫଳତା ମିଳିବା କାରଣରୁ ମହତ୍ତ୍ୱାକାଂକ୍ଷା ବଢ଼ିବାର ଦେଖାଯିବ। ଧନ ପ୍ରାପ୍ତିର ଶୁଭ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ଉପଭୋଗ କରିବେ। କର୍ମକ୍ଷେତ୍ରରେ ଆପଣଙ୍କ ଯୋଜନା ସଫଳ ହେବ।

ଧନୁ - ଆଜି ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ମନେ କରିବେ। 
ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଚୁକ୍ତି ମିଳିପାରେ। ରାଜନୀତିରେ ଥିବା ବ୍ୟକ୍ତିମାନଙ୍କୁ ସମାଜରେ ସମ୍ମାନ ମିଳିବ। ଅଚାନକ ଉପାୟରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ଯାତ୍ରା କରିବାର ଯୋଗ ଅଛି ଓ ତାହା କଲ୍ୟାଣକାରୀ ହେବ।

ମକର - ପିତାଙ୍କ କିମ୍ବା ଗୁରୁଜନଙ୍କ ପରାମର୍ଶରେ ସଫଳତା ନିଶ୍ଚିତ ମିଳିବ। ସମାଜରେ ଆପଣଙ୍କ ମାନସମ୍ମାନ ବଢ଼ିବାର ଯୋଗ ରହିଛି। ମିତ୍ରମାନଙ୍କ ସହିତ ସମ୍ବନ୍ଧ ଅଧିକ ବଢ଼ିଆ ହେବ। ଛାତ୍ରଛାତ୍ରୀମାନେ ନୂଆ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ।

କୁମ୍ଭ    - ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। 
ପ୍ରତିଷ୍ଠିତ ଲୋକଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଲେ ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ଖୁସି ଓ ହସରେ ସମୟ କଟିବ। କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖାଯିବ।

ମୀନ    - ଆଜିର ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ। ଯାତ୍ରା କରିବାର ଯୋଗ ଅଛି ଓ ତାହା ଅତ୍ୟନ୍ତ କଲ୍ୟାଣକାରୀ ହେବ। ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ଲାଭ ମିଳିବାର ସମ୍ଭାବନା ଅଛି। ମନ ଶାନ୍ତ ଓ ପ୍ରଫୁଲ୍ଲ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 
 ଯୋଗାଯୋଗ - 8249826682