Tamil Nadu SIR: ସ୍ୱତନ୍ତ୍ର ସଂଶୋଧନ ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି କଲେ ନିର୍ବାଚନ ଅଧିକାରୀ

NEWS7
parliament-winter-session-to-start-from-18th-nov

ଚେନ୍ନାଇ: ତାମିଲନାଡୁରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପରେ ଚୂଡ଼ା ଭୋଟର ଲିଷ୍ଟ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି। ଦ ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଥମିକ ରିପୋର୍ଟରେ ପାଖାପାଖି ୭୦ ଲକ୍ଷ ଭୋଟର ଏସ୍ଆଇଆରରେ ବାଦ ପଡ଼ିଛନ୍ତି। ସଂଶୋଧନ ପରେ ତାମିଲନାଡୁରେ ୫.୬୭ ଭୋଟର ପଞ୍ଜିକୃତ ଭୋଟର ଅଛନ୍ତି।

ଜିଲ୍ଲା ନିର୍ବାଚନ ଅଧିକାରୀମାନେ (କଲେକ୍ଟର) ସେମାନଙ୍କ ଜିଲ୍ଲାର ସଂଶୋଧିତ ଭୋଟର ସଂଖ୍ୟା ପ୍ରକାଶ କରିଥିଲେ। ଏହାପରେ, ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ଅପରାହ୍ନରେ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ବିବରଣୀ ଦେଇଛନ୍ତି।

ପଟ୍ଟନାୟକ କହିଛନ୍ତି ଯେ ୧୯ ଡିସେମ୍ବର ୨୦୨୫ ରୁ ୩୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଅବଧି ମଧ୍ୟରେ ଭୋଟର ତାଲିକାରୁ ବାଦ ଦେବା ପାଇଁ ୪,୩୮,୪୨୫ ଆବେଦନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୪,୨୩,୧୭୨ଟି ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ଦିଆଯାଇଛି।

ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ସାରା ରାଜ୍ୟରେ ଜ୍ଞ,୬୭,୦୭,୩୮୦ ଜଣ ଭୋଟର ଅଛନ୍ତି। ଏଥିରେ ୨,୭୭,୩୮,୯୨୫ ପୁରୁଷ,୨,୮୯,୬୦,୮୩୮ ମହିଳା ଏବଂ ୭,୬୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।