ପାକିସ୍ତାନ- ଆଫଗାନିସ୍ତାନ ଘମାଘୋଟ ଯୁଦ୍ଧ, ଏୟାରଷ୍ଟ୍ରାଇକରେ ୩୦୦ରୁ ଅଧିକ ତାଲିବାନଙ୍କୁ ହତ୍ୟା

NEWS7
over-1-lakh-people-joined-a-moulana-last-funeral-dhaka-bangladesh

ନୂଆଦିଲ୍ଲୀ; ଚାଲିଛି ପାକିସ୍ତାନ- ଆଫଗାନିସ୍ତାନ ଘମାଘୋଟ ଯୁଦ୍ଧ। ଏହି ଯୁଦ୍ଧରେ ଉଭୟ ପକ୍ଷ କ୍ଷତି ସହିଥିଲେବି ପାକିସ୍ତାନର ପଲ୍ଲା ଭାରି ରହିଛି। ଆକ୍ରମଣର ଜବାବରେ ପାକିସ୍ତାନୀ ସେନା ବିମାନ ଆକ୍ରମଣରେ ୩୦୦ରୁ ଅଧିକ ତାଲିବାନଙ୍କୁ ହତ୍ୟା କରିଛି। ୪୦୦ ରୁ ଅଧିକ ଆହତ କରିଛି ବୋଲି ଇସଲାମାବାଦ ରିପୋର୍ଟ କରିବା ପରେ ଏହି ବିବୃତ୍ତି ଆସିଛି। ଡନ୍ ରିପୋର୍ଟ ଅନୁସାରେ ୨୯୭ ତାଲିବାନ ନିହତ ହୋଇଛନ୍ତି। ୮୯ ଆଫଗାନିସ୍ତାନ ଚେକପୋଷ୍ଟ ଧ୍ୱଂସ ହୋଇଥିବା ପାକ୍ ରିପୋର୍ଟ ଦାବି କରିଛି।

ଅନ୍ୟପକ୍ଷରେ, ଆଫଗାନ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ ଦାବି କରିଛନ୍ତି ଯେ ଆଫଗାନ ସେନା ୫୫ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛନ୍ତି ଏବଂ ପାକିସ୍ତାନ ମଧ୍ୟରେ ପ୍ରମୁଖ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି।

also- ମୈଦାନକୁ ଆସିଲେ ଚୀନ-ରୁଷ, ଇରାନ କହିଲା- ସମୟ ଅଛି, ଏବେଠୁ ସୁଧୁରିଯାଅ

ରବିବାର ଦିନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆଫଗାନ ତାଲିବାନ ଗୁରୁବାର ବିଳମ୍ବିତ ରାତିରେ ସୀମା ନିକଟରେ ଥିବା ଅନେକ ଚେକ୍ ପଏଣ୍ଟ ଉପରେ ଆକ୍ରମଣ କରିଛି। ଜବାବରେ, ପାକିସ୍ତାନ ଶୁକ୍ରବାର ସକାଳେ ଅପରେସନ୍ ଗାଜାବ ଅଲ୍-ହକ୍ ଆରମ୍ଭ କରିଥିଲା, ଯାହା ଦ୍ୱାରା କାବୁଲ, କାନ୍ଦାହାର ଏବଂ ପାକଟିଆରେ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରାଯାଇଥିଲା।