ଥାନା ଅଞ୍ଚଳରେ ମୁନିସି ମେଳନ : ପୋଲିସ ବାବୁଙ୍କୁ ରଙ୍ଗ ଲଗାଇବା ସହ ଜମୁଛି ନାଚ ଗୀତର ଆସର

NEWS7
only-vaccine-not-enough-for-fight-against-covid-said-who-dg

ଭଦ୍ରକ : ସେବେର ମୁନିସି ଏବେର ପୋଲିସ । ପୋଲିସର ନାଁ ଶୁଣିବା ମାତ୍ରେ ମନରେ ସୃଷ୍ଟି ହେଉଥିଲା ଭୟ । ଏବେ କିନ୍ତୁ ସେହି ସମୟ ନାହିଁ । ନହେଲେ ଥାନା ପରିସରରେ ପୋଲିସ ବାବୁଙ୍କୁ ରଙ୍ଗ ଲଗାଇବା ସହ ନାଚ ଗୀତ ଆସର ଜମୁ ନଥାନ୍ତା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଅଂଚଳରେ ଏହି ମୁନିସି ମେଳଣ ଗଣ ପର୍ବରେ ପରିଣତ ହୋଇଛି । ଇଂରେଜ ଶାସନ ସମୟ ରେ ମୁନିସିଙ୍କ ଅତ୍ୟାଚାରରେ ଅତିଷ୍ଠ ହେଉଥିଲେ ଲୋକେ । ଲୋକଙ୍କ ଆକ୍ରୋସ ପାଇଁ 17 ଅଗଷ୍ଟ 1942ରେ ଭଣ୍ଡାରିପୋଖରୀ ଥାନା ପୋଡି ହୋଇଥିଲା । ଆଉ ତା ପରେ ଭଣ୍ଡାରିପୋଖରୀ ଥାନାକୁ ଥାନା ବାବୁ ହୋଇ ଆସିଥିଲେ ବାବୁଲାଲ ମୁନିସି । ସେ ଚାହିଁଥିଲେ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ , ଆଉ ଏହି ଉଦ୍ଦେଶ୍ୟରେ ଆରମ୍ଭ ହେଲା ମୁନିସି ମେଳଣ ।

ଏହି ମେଳଣରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ 60ରୁ ଅଧିକ ମେଢ଼ ଶୋଭଯାତ୍ରାରେ ଆସିଥାନ୍ତି । ନାଚ ଗୀତ ସହ ଅସର ଜମିଥାଏ । ଥାନା ନିକଟରେ ମେଢ଼ ପହଞ୍ଚିବା ପରେ ଥାନାଧିକାରୀ ଗୁଆ ଓ ଅକ୍ଷତ ଦେଇ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି । ପରେ ଆରମ୍ଭ ହୁଏ ରଙ୍ଗର ଖେଳ । ସାଧାରଣ ଲୋକେ ଥାନାର ବଡ଼ବାବୁଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କ ସହ ରଙ୍ଗ ଖେଳନ୍ତି । ଆଉ ଶେଷ ହୁଏ ମୁନିସି ମେଳଣ। ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମଧ୍ୟ ଯୋଗ ଦେଇଥାନ୍ତି । ଥାନା ପରିସରରେ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । କିନ୍ତୁ ଏଥର ଡିଯେ ବାରଣ ପରେ ପାରମ୍ପରିକ ବାଦ୍ୟ ଶହ ରୋଷଣୀରେ ମେଲଣ ପାଳିତ ହୋଇଛି । ସାଧାରଣ ଲୋକଙ୍କ ମନରୁ ଭୟ ଦୂର ହେବାର ମାଧ୍ୟମ ହୋଇଛି ମୁନିସି ମେଳଣ । ଆଉ ଏହି ମେଳଣ ନୂଆ ସମ୍ପର୍କ ମଧ୍ୟ ସୃଷ୍ଟି କରୁଛି ।