'ଅଭିଷେକଙ୍କୁ ଇର୍ଷା କରନ୍ତି ଭାରତୀୟ ଖେଳାଳି'...ବଡ କଥା କହିଦେଲେ ସଞ୍ଜୁ ସାମସନ୍

NEWS7
one-more-molestation-case-filed-against-bhadrak-sub-jail-romio-jailer

ନୂଆଦିଲ୍ଲୀ, ୧୫ /୦୩:ଟି୨୦ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ । ଦଳ ତୃତୀୟ ଥର ପାଇଁ ଟ୍ରଫି ନିଜ ନାଁରେ କରିଛି । ଭାରତ ଫାଇନାଲରେ ଜବରଦସ୍ତ ବ୍ୟାଟିଂ କରିଥିଲା । ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଭଲ ଷ୍ଟାର୍ଟ୍ ଦେଇଥିଲେ । ଉଭୟେ ଅର୍ଦ୍ଧଶତକ ହାସଲ କରିଥିଲେ । ଇଶାନ କିଷାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ ।

ଭାରତୀୟ ବିଜୟର ପ୍ରକୃତ ହିରୋ ହେଲେ ସଞ୍ଚୁ ସାମସନ । ସେ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ନକ୍ ଆଉଟ୍ ଏବଂ ଇଂଲଣ୍ଡ ବିପକ୍ଷ ସେମିରେ ଦମଦାର ପାଳି ଖେଳିଥିଲେ । ଏହାସହ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ପୁରସ୍କାର ତାଙ୍କୁ ମିଳିଛି । ତେବେ ସେ ଷ୍ଟାର୍ ବ୍ୟାଟର୍ ଅଭିଷେକ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ।

ସଞ୍ଜୁ କହିଛନ୍ତି ଯେ, ସେ ଏବଂ ଅଭିଷେକ ପଡିଆରେ ଭପାର୍ଟନରସିପ୍ କରିବାରେ ସକ୍ଷମ ହୋଇଥିଲେ । ଏହା ହେଉଛି ପଞ୍ଜାବ ଏବଂ କେରଳ ମଧ୍ୟରେ ବନ୍ଧୁତା । ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଥିଲା । ପଡିଆ ସହ ପଡିଆ ବାହାରେ ମଧ୍ୟ ଅଭିଷେକଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ ।

ସେ ଆହୁରି କହିଛନ୍ତି ଯେ, ସେମାନେ ବରଫ କିମ୍ବା ନିଆଁ ନୁହେଁ । ସେମାନେ କେବଳ ନିଆଁ । କେତେବେଳେ ଅଭିଷେକ ନିଆଁ ଭଳି ବ୍ୟାଟିଂ କରନ୍ତି । ଆଉ କେତେବେଳେ ସେ ନିଜେ ବିସ୍ଫୋରକ ବ୍ୟାଟିଂ କରନ୍ତି ।୨୦୨୪ରୁଉଭୟେ ଏପରି କରି ଆସୁଛନ୍ତି । ସେ ମତେ ବଲ୍ କେମିତି ଆସେ ବୋଲି ପଚାରିଥାନ୍ତି। ମୁଁ ବଲ୍ ସାଧାରଣ ଭାବେ ଆସୁଥିବା ପ୍ରକାଶ କରିଥାଏ । ଅଭିଷେକଙ୍କ ସହ ପାର୍ଟନରସିପ୍ ଭଲ ଲାଗେ ।

​​​​​​​ଏହି ଖବରଟି ପଢନ୍ତୁ... ପ୍ରକୃତିର ତାଣ୍ଡବ : ଭୂଶୁଡିଲା ପାହାଡ, ଧସିଲା ମାଟି...ପ୍ରାଣ ହରାଇଲେ ୧୦୨ ଆଫ୍ରିକୀୟ

ସଞ୍ଜୁ ଆହୁରି କହିଛନ୍ତି ଯେ, କିଛି ଭାରତୀୟ ଖେଳାଳି ଅଭିଷେକଙ୍କୁ ଇର୍ଷା କରନ୍ତି । ତାଙ୍କ ବ୍ୟାଟିଂ ଦେଖି ଇର୍ଷାନ୍ୱିତ ହୋଇଥାନ୍ତି । ସବୁଠି ଫ୍ୟାନ୍ସମାନେ ଅଭିଷେକ ଅଭିଷେକ ଚିଲାଇଥାନ୍ତି । ଫ୍ୟାନ୍ସମାନେ କେବଳ ତାଙ୍କୁ ଦେଖିବାକୁ ଆସୁଛନ୍ତି କି ବୋଲି ବେଳେବେଳେ ଲାଗେ । କିନ୍ତୁ ସେ ଏବେ ଦଳର ସୁପରଷ୍ଟାର୍ । ଅଭିଷେକ ଶୀଘ୍ର ବିବାହ କରିଦେବା ଦରକାର ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଅଭିଷେକ ଏବଂ ସଞ୍ଜୁ ପ୍ରଥମ ଓ୍ୱିକେଟ୍ ଯୋଡିରେ୯୮ରନ୍ ଯୋଡିଥିଲେ । ଉଭୟ ଖେଳାଳି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହି ଦମଦାର ଷ୍ଟାଟ୍ ଦଳକୁ୨୫୫ରନରେ ପହଁଚାଇପାରିଥିଲା ।