Live Live
LIVE

ମୁଲତବୀ ପରେ ବି ଥମିଲାନି 'SCB' ତାତି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

NEWS7
one-death-and-one-serious-by-turns-over-of-tractor-at-g-udaygiri

ଭୁବନେଶ୍ୱର ୧୭।୦୩ : ବିଧାନସଭାରେ ଥମୁନି SCB ତାତି । ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ପୁଣି ଥରେ ହଟ୍ଟଗୋଳ ଓ ହଙ୍ଗାମା । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏ ଖବର ବି ପଢନ୍ତୁ:- ବିଧାନସଭାରେ SCB ଘଟଣା ତାତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ, ୧୨ ଯାଏଁ ଗୃହ ମୁଲତବୀ

ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ଶାସକ ଦଳକୁ ଲଗାତର ଭାବେ ଟାର୍ଗେଟ କରିଆସୁଛନ୍ତି ବିରୋଧୀ। ଏହିକ୍ରମରେ ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା କାର୍ଯ୍ୟ ଦିବସ। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ। ଯାହାକୁ ନେଇ ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ। ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧୀ ପ୍ରଦର୍ଶନ କରିଥିଲେ ବିରୋଧୀ। ଫଳରେ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ରଖିଥିଲେ । ମୁଲତବୀ ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଥିଲେ । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।