ସ୍କୁଟିକୁ ପିଟିଲା ହରେକୃଷ୍ଣ, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

NEWS7
on-the-first-wedding-anniversary-khushboo-gets-a-wound-is-beaten-with-a-rod-tied-to-a-rope

ଦିଗପହଣ୍ଡି ୧୨।୦୧ : ଭୟଙ୍କର ଦୁର୍ଘଟଣା। ବସ୍ ସହ ସ୍କୁଟିର ହେଲା ଧକ୍କା ।ଦୁର୍ଘଟଣା ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟର ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା।

ଖବର ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଏକ ସ୍କୁଟି ଯୋଗେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଲାଞ୍ଚିଆକାଳୀ ମନ୍ଦିର ନିକଟରେ ଏକ ଘରୋଇ ବସ୍ ସ୍କୁଟି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସ୍କୁଟିରେ ବସିଥିବା ସ୍ୱାମୀ-ସ୍ତ୍ରୀ ତଳେ ପଡିଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।