ଖୋଲିବ କଳାକାରନାମା, ଫରେନସିକ ଲାବ୍ ଯିବ ପୀଡ଼ିତାଙ୍କ ମୋବାଇଲ !

NEWS7
old-man-mruta-under-treatment-who-stayed-at-quarantine-center-in-baliguda

ଭୁବନେଶ୍ୱର ୨୨।୦୨ : IRS କ୍ବାର୍ଟର୍ସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଜଣେ IRS ଅଫିସର ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ IRS ଅଫିସରଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସହିଦନଗର ଥାନା ପୋଲିସ I ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଛି । ଏହାସହ ପୀଡିତାଙ୍କ ସମେତ ତିନି ଜଣଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ I ସେହିପରି ଜବତ ମୋବାଇଲକୁ ଫରେନ୍ସିକ୍ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

ଏ ଖବର ବି ପଢନ୍ତୁ:- ସରକାରୀ କ୍ୱାର୍ଟର୍ସରେ ପାପ କାମ, କେହି ନଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ, IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଖବର ଅନୁଯାୟୀ, IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ଅଭିଯୁକ୍ତ IRS ଅଫିସର ସତସଙ୍ଗ ବିହାର ଅଞ୍ଚଳରେ କ୍ବାର୍ଟର୍ସରେ ପରିବାର ସହ ରହୁଛନ୍ତି। IRS ଓ ତାଙ୍କ ପତ୍ନୀଙ୍କ ଦେହ ଖରାପ ଥିବା ସମୟରେ, ତାଙ୍କୁ ଭଉଣୀ ତାଙ୍କୁ ଦେଖିବାକୁ ଭୁବନେଶ୍ବର ଆସିଥିଲେ। ଆଉ ତାଙ୍କ ସହ ଆସିଥିଲେ କୁଜଙ୍ଗ ଅଞ୍ଚଳର ଆଉ ଜଣେ ଯୁବତୀ I

ଏ ଖବର ବି ପଢନ୍ତୁ:- ରେଡ୍‌ ଫ୍ଲାଗ ହେଲା ରାଜକନିକା ମାମଲା, SOP ଅନୁଯାୟୀ ତଦନ୍ତ କରିବ ଟିମ୍‌

ଗତ ୧୫ ତାରିଖରେ ଆଇଆରଏସଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ। ତେବେ ଏହି ସମୟରେ ଉକ୍ତ ଯୁବତୀ ଜଣଙ୍କ ଘରେ ରହିଥିଲେ । ଆଇଆରଏସ ଅଫିସର ଜଣଙ୍କ ତାଙ୍କୁ ଲାପଟପରେ ମୁଭି ଦେଖିବାକୁ କହିଥିଲେ। କିନ୍ତୁ ମୁଭି ଦେଖାଇବା ବଦଳରେ ଅଶ୍ଳୀଳ ଭିଡିଓ ଦେଖାଇଥିଲେ। ତା’ପରେ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେ ପ୍ରତିବାଦ କରିବାରୁ ଆଇଆରଏସ ଅଫିସର ଜଣଙ୍କ ନିଜ ଫୋନରେ ପୂର୍ବରୁ ବାଥରୁମରେ ପୋଷାକ ବଦଳାଉଥିବାର ସବୁ ଦୃଶ୍ୟ ରେକଡିଂ କରିଥିବା କହିଥିଲେ। ଏବଂ ଏହି ଭିଡିଓକୁ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଯୁବତୀ ଜଣଙ୍କ ଡରି ଯାଇଥିଲେ। ହେଲେ ମଉକା ଦେଖି ଆଇଆରଏସ୍ କ୍ବାର୍ଟର୍ସରୁ ଖସି ପଳାଇଥିଲେ। ଏହା ପରେ ଆଇଆରଏସ୍ ଅଫିସର ଜଣଙ୍କ କରିଥିବା ଭିଡିଓ ପଠାଇ ବ୍ଲାକମେଲ କରିଥିଲେ । ଏନେଇ ୧୮ ତାରିଖରେ ଯୁବତୀ ସହିଦନଗର ଥାନାରେ ଏତଲା ଦେଇଥିଲେ। ଆଇଆରଏସଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି ପୋଲିସ।  ସେହିପରି ଜବତ ହୋଇଥିବା ପୀଡିତାଙ୍କ ମୋବାଇଲକୁ ଫରେନସିକ୍‌ ଲାବ୍‌କୁ ପଠାଯିବ । 

ଏ ଖବର ବି ପଢନ୍ତୁ:- ବିବାହ ବନ୍ଧନରେ ବାନ୍ଧି ହେଲେ ଶିଖର ଧାୱନ ଓ ସୋଫି ସାଇନି: କ’ଣ କରନ୍ତି ଧାୱନଙ୍କ ପତ୍ନୀ ?