ସରୁନି ନାଁ, ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ କେଳେଙ୍କାରୀ : ଏପଷ୍ଟାଇନ୍ ଫାଇଲ୍ସ ଖୋଲିଛି ଏମାନଙ୍କ ମୁଖା

NEWS7
odisha-demands-7200-crore-for-current-railway-budget

ନ୍ୟୁୟର୍କ,|୦୨ : ସାରା ବିଶ୍ୱରେ ଚହଳ ପକାଇଛି ବହୁ ଚର୍ଚ୍ଚିତ ଏପଷ୍ଟାଇନ୍ ଫାଇଲ୍ସ । ଏହି ଫାଇଲ ଖୋଲିବା ପରେ ଅନେକ ବଡ ବଡ ବ୍ୟକ୍ତି ବିବାଦକୁ ଟାଣି ହୋଇ ଆସିଛନ୍ତି । ଏଥିରେ ଦୁନିଆର ଅନେକ ଶକ୍ତିଶାଳୀ ବ୍ୟକ୍ତିଙ୍କ ନାଁ ରହିଛି । ଶିଶୁ ଯୌନ ରାକେଟରେ ସଂପୃକ୍ତ ଜେଫରୀ ଏପଷ୍ଟାଇନଙ୍କ ସହ ଜଡିତ ଏହି ଫାଇଲ ଅନେକ କିଛି ରହସ୍ୟରୁ ପରଦା ହଟିଛି ।

ପ୍ରତିଦିନ ନୂଆ ନୂଆ ନାଁ । ନୂଆ ନୂଆ କଥା । ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଏପଷ୍ଟାଇନ୍ ଫାଇଲ୍ସ ସବୁଦିନ କାହାର ନା କାହାର ମୁଖା ଖୋଲୁଛି । ଅନେକ ଭଦ୍ର ମୁଖା ପିନ୍ଧା ବ୍ୟକ୍ତିଙ୍କ ଅସଲ ଚେହେରା ସାମ୍ନାକୁ ଆସୁଛି ।

ଅନେକ ନାଁ

ଏପଷ୍ଟାଇନ ଫାଇଲ ଖୋଲିବା ସହିତ ବିଶ୍ୱର ବଡ଼ ବଡ଼ ଚମକୁଥିବା ଚେହେରାରେ ଯେମିତି କାଳି ବୋଳି ହେଇଯାଉଛି। ଯେଉଁମାନେ ଆଦର୍ଶର କଥା କହି ଜନତାଙ୍କ ବିଶ୍ୱାସ ଭାଜନ ହେଉଥିଲେ, ସେମାନଙ୍କ ଅପକର୍ମ ସାମ୍ନାକୁ ଆସିବା ପରେ ଜନତା ଏବେ ଘୃଣାରେ ନାକ ଟେକୁଛି। ତେବେ ଏପଷ୍ଟିନ ଫାଇଲରେ କିଛି ଏମିତି ଲୋକଙ୍କ ନାଁ ବି ରହିଛି, ଯେଉଁମାନଙ୍କ ବିଷୟରେ ସବିଶେଷ ତଥ୍ୟ ତ ନାହିଁ କିନ୍ତୁ ସେମାନଙ୍କ ନାଁ ଉଲ୍ଲେଖ ରହିଛି। ଯେହେତୁ ଏପଷ୍ଟିନଙ୍କର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ଥିଲା, ତେଣୁ ତାଙ୍କୁ ଭେଟିବାକୁ ଅନ୍ୟ ଲୋକମାନେ ବି ଯାଉଥିଲେ ବୋଲି କୁହାଯାଉଛି। ଅନ୍ୟ କୌଣସି କାମରେ ଯାଇଥିଲେ ବି ସେମାନଙ୍କ ପାଇଁ ଏପଷ୍ଟିନ ଫାଇଲ୍ରେ ଉଲ୍ଲେଖ ରହିଛି। ଏଥିରେ କିଛି ବଲିଉଡ ଚେହେରାଙ୍କ ନାଁ ବି ରହିଛି।

ଆମେରିକାର ନ୍ୟାୟ ବିଭାଗ କୁଖ୍ୟାତ ମାନବଚାଲାଣକାରୀ ଓ ବ୍ୟାଭିଚାରୀ ଜେଫ୍ରି ଏପଷ୍ଟାଇନ ସହିତ ଜଡିତ ପାଞ୍ଚଟି ଭିନ୍ନ ଭିନ୍ନ ମାମଲାରେ ବହୁ ସଂଖ୍ୟକ ଇମେଲ୍, କୋର୍ଟ ଡକ୍ୟୁମେଣ୍ଟ, ପୀଡିତଙ୍କ ସାକ୍ଷ୍ୟ, ଫଟୋ ଏବଂ ଭିଡିଓ ପ୍ରକାଶ କରିଛି। ଏଥିରେ ଭାରତର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସିଛି। ଏପଷ୍ଟାଇନ୍ ଫାଇଲ୍ସରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୀପକ ଚୋପ୍ରା (ୱେଲନେସ୍ ଗୁରୁ), ମୀରା ନାୟାର (ଫିଲ୍ମ ନିର୍ମାତା), ଅନୁରାଗ କଶ୍ୟପ (ନିର୍ଦ୍ଦେଶକ), ନନ୍ଦିତା ଦାସ (ଅଭିନେତା-ନିର୍ଦ୍ଦେଶକ), ଏବଂ ଅନିଲ ଅମ୍ବାନୀ (ବ୍ୟବସାୟୀ) ପ୍ରମୁଖ ଅଛନ୍ତି।

ବିଶ୍ୱର ବିଶିଷ୍ଟ ବ୍ୟକ୍ତି

ଏପଷ୍ଟାଇନ୍ ଫାଇଲ୍ସରେ ସାମିଲ ବିଶ୍ୱର ଅନେକ ବ୍ୟକ୍ତିଙ୍କ ମଧ୍ୟରେ ଟେସଲା ସିଇଓ ଏଲନ ମସ୍କ, ବିଲ ଗେଟସ, ଡୋନାଲ୍ଡ ଟ୍ରମ୍ପ, ଆଣ୍ଡ୍ର୍ୟୁ ମାଉଣ୍ଟବେଟେନ, ବ୍ୟବସାୟୀ ରିଚାର୍ଡ ବ୍ରାନସନ, ଲେଖିକା ସାରା ଫରଗ୍ୟୁସନ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୟୁଏସ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଆଦି ରହିଛନ୍ତି ।