LIVE TV

ମେଷ ରାଶି ବ୍ୟକ୍ତି ଦିନରେ ଆତ୍ମବିଶ୍ୱାସର ସହ କାମ କରିବେ, ପୁରୁଣା ସମସ୍ୟାର ସମାଧାନ ହେବ

NEWS7
nirbhaya-case-convict-vinay-sharma-mother-want-to-feed-puri-sabji-to-son-for-last-time

ମେଷ– ଆତ୍ମବିଶ୍ୱାସ ଦୃଢ଼ ରହିବ। ପୁରୁଣା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ପୂରଣ କରିବେ। ପାରିବାରିକ ଜୀବନରେ ମଧୁରତା ବଜାୟ ରହିବ।

ବୃଷ–ଆର୍ଥିକ ଦିଗରୁ ଦିନଟି ଶୁଭ ରହିଛି। ପୁଞ୍ଜି ନିବେଶ ଲାଭଦାୟକ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଦସ୍ତଖତ କରିବା ପୂର୍ବରୁ ସାବଧାନ ରୁହନ୍ତୁ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ।

ମିଥୁନ– ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। କୌଣସି ଯାତ୍ରା କରିବାର ସୁଯୋଗ ମିଳିପାରେ, ଯାହା ଭବିଷ୍ୟତରେ ଲାଭଦାୟକ ହେବ। ସହକର୍ମୀଙ୍କ ସହ ତାଳମେଳ ରଖିଲେ ସଫଳତା ମିଳିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ।

କର୍କଟ– ମନରେ କିଛି ଅସ୍ଥିରତା ରହିପାରେ। ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। କାମରେ ଅଧିକ ସମୟ ଦେବାକୁ ପଡ଼ିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିବ।

ସିଂହ– ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦିନଟି ଶୁଭ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଆପଣଙ୍କ ନେତୃତ୍ୱ କ୍ଷମତା ପାଇଁ ପ୍ରଶଂସା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା–ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁପ୍ତ ଶତ୍ରୁମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି। ଧ୍ୟାନ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମୟ ବିତାନ୍ତୁ।

ତୁଳା– ଦିନଟି ଅତ୍ୟନ୍ତ ଲାଭଦାୟକ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ଅଛି। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁମାନଙ୍କ ସହିତ ସାକ୍ଷାତ ହୋଇପାରେ, ଯାହା ମନକୁ ଆନନ୍ଦିତ କରିବ।

ବିଛା– କର୍ମକ୍ଷେତ୍ରରେ ପଦ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ। ବାପା କିମ୍ବା ବରିଷ୍ଠ ଅଧିକାରୀଙ୍କ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳ ହେବ। ବ୍ୟବସାୟରେ ବିସ୍ତାର ଯୋଜନା କରିପାରନ୍ତି। ମାନସିକ ଶାନ୍ତି ବଜାୟ ରହିବ।

ଧନୁ– ଭାଗ୍ୟର ସାଥ୍ ମିଳିବ। ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢ଼ିବ। ଉଚ୍ଚ ଶିକ୍ଷା ପାଇଁ ଯୋଜନା କରୁଥିବା ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ଦୂର ଯାତ୍ରା କରିବାର ଯୋଗ ଅଛି। ନିଜ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମକର– ଅଳ୍ପ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ପୁରୁଣା ରୋଗ କିମ୍ବା ଋଣ ସମସ୍ୟା ଦେଖାଦେଇପାରେ। ଯୋଗ ଓ ପ୍ରାଣାୟାମରେ ସମୟ ବିତାନ୍ତୁ, ଏହା ଦ୍ୱାରା ମାନସିକ ସ୍ଥିରତା ମିଳିବ।

କୁମ୍ଭ–ଦାମ୍ପତ୍ୟ ଜୀବନ ଉପରେ ଧ୍ୟାନ ଦେବା ଜରୁରୀ। ଜୀବନସାଥୀଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତୁ। ଭାଗିଦାରୀ ବ୍ୟବସାୟରେ ଲାଭ ମିଳିବ। କୌଣସି ନୂତନ ଚୁକ୍ତି କରିବା ପାଇଁ ଦିନଟି ଶୁଭ ରହିଛି। ନିଜର ଭାବନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ।

ମୀନ–କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ପୁରୁଣା ବାକିଥିବା କାମଗୁଡ଼ିକୁ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ଦୁର୍ବଳ ହେବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ। ଋଣ କାରବାରରୁ ଦୂରେଇ ରୁହନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682