ହାଇଦ୍ରାବାଦରେ ମନ ଜିଣିଲେ ମେସି : ଫ୍ୟାନ୍ସଙ୍କୁ ଦେଲେ ଧନ୍ୟବାଦ, କହିଲେ ଏମିତି...

NEWS7
never-eat-these-five-things-with-curd-your-immunity-may-be-weak

ହାଇଦ୍ରାବାଦ, ୧୨/୧୨:ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଫୁଟବଲର ଲିଓନେଲ ମେସି । ଆର୍ଜେଣ୍ଟିନାର ଏହି ଷ୍ଟାର୍ ପୁଟବଲ କୋଲକାତାରୁ ଭାରତର ଯାତ୍ରା ଆରମ୍ଭ କରିଛନ୍ତି । ଶନିବାର ରାତି ପ୍ରାୟ.୫୦ରେ ସେ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ କୋଲକାତା ଏବଂ ହାଇଦ୍ରାବାଦର ଅନେକ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ ।

କୋଲକାତାରେ ମେସିଙ୍କ ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସ ପୁରା ପାଗଳ ହୋଇଯାଇଥିଲେ । ତାଙ୍କୁ ଠିକସେ ନଦେଖିପାରିବାରୁ ପାଟିତୁଣ୍ଡ କରିବା ସହ ଷ୍ଟାଡିୟମରେ ତୁମୂଳକାଣ୍ଡ ଭିଆଇଥିଲେ । କିନ୍ତୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପରିସ୍ଥିତି ଭିନ୍ନ ଥିଲା । ଏଠାକୁ କଡା ସୁରକ୍ଷା ବଳରେ ମେସି ପ୍ରବେଶ କରିଥିଲେ । ତାଙ୍କୁ ଦେଖି ଫ୍ୟାନ୍ସ ଖୁସିରେ ନାରା ଦେଇଥିଲେ । ସବୁଠାରୁ ବଡ କଥା ହେଉଛି ଯେ ଏଠାରେ କିଛି ସମୟ ପାଇଁ ସେ ନିଜର ଫୁଟବଲ କଳା ପ୍ରଦର୍ଶନ କରିଥିଲେ । ଏପରିକି ଲୋକଙ୍କ ଉପରକୁ ସେ ବଲ୍ ଫିଙ୍ଗିଥିଲେ । ଯାହା ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲା ।

ସବୁଠାରୁ ଖାସ୍ ଥିଲା ଲିଓନେଲଙ୍କ ଭାଷଣ । ସେ କହିଥିଲେ ଯେ, ସମସ୍ତଙ୍କୁ ଧନ୍ୟବାଦ । ଏତେ ଅଧିକ ସଂଖ୍ୟାରେ ଦେଖିବାକୁ ଆସିଥିବାରୁ ଖୁସି ଲାଗୁଛି । ଏତେ ଭଲ ପାଇବା ଦେଇଥିବାରୁ ଫ୍ୟାନଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଖାଲି ଏତିକି ନୁହେଁ ଭାରତ ଗସ୍ତତାଙ୍କ ପାଇଁ ଖାସ୍ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ମେସିଙ୍କ ଇଣ୍ଟର ମିଆମିର ଟିମ୍ ମେଟ୍ ରୋଡ୍ରିଗୋ ଡି ପଲ୍ଏବଂ ଲୁଇସ୍ ସୁରେଜ୍ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ମେସିଙ୍କ ସହ ଭାରତ ଭ୍ରମଣରେ ଆସିଛନ୍ତି । ସୁରେଜ୍ ମଧ୍ୟ ମେସିଙ୍କ ପରେ ଫ୍ୟାନ୍ସଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ ଯେ, ସମସ୍ତଙ୍କୁ ଧନ୍ୟବାଦ । ଏତେ ଭଲ ପାଇବା ପାଇଁ ସେ ଆଭାର ବ୍ୟକ୍ତ କରିଥିଲେ ।

ସୂଚନାଯୋଗ୍ୟ, କୋଲକାତା ଘଟଣା ପରେ ହାଇଦ୍ରାବାଦ ପୋଲିସ ସଜାଗ ହୋଇଯାଇଥିଲା । ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ସେହିପରି ଫ୍ୟାନ୍ସ ଯେପରି ନିରାଶ ନ ହୁଅନ୍ତି ସେଦିଗରେ ଅନେକ ପଦକ୍ଷେପ ନିଆଯାଇଥିଲା ।