ଧାନ କିଣା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ ସାମଲ, କହିଲେ- ଭୁଲ୍ ତଥ୍ୟ ଦେଇ ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ କରୁଛନ୍ତି

NEWS7
najal-spray-for-children

ଭୁବନେଶ୍ବର ୧୯।୨: ଧାନ କିଣା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ବିଧାନସଭାରେ ଚର୍ଚ୍ଚା ଆଲୋଚନା ହେଉ ତାର ଜବାବ ମୋହନ ସରକାର ଦେବେ । ବିରୋଧୀ ବିଧାନସଭାରେ ଭୁଲ ତଥ୍ୟ ଦେଇ ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ କରୁଛନ୍ତି । ଧାନ କିଣାରେ ଯିଏ ବିଭ୍ରାଟ କରିବ, ତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଚାଷୀଙ୍କ ପାଖରେ ଯେ ପର୍ଯ୍ୟନ୍ତ ଧାନ ଅଛି ତାହା କିଣାଯିବ, ଧାନ କିଣିବା ଦାୟିତ୍ବ ସରକାରଙ୍କର । ଚାଷୀର ମନୋବଳ ଭାଙ୍ଗିବ ନାହିଁ ବୋଲି ମନମୋହନ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ​​​​​​​ପଳାଶୁଣୀରୁ ହଂସପାଳ ମଧ୍ୟରେ ଦୂର ହେବ ଟ୍ରାଫିକ୍ ଯନ୍ତ୍ରଣା, ୪ ଲେନ୍ ବିଶିଷ୍ଟ ଏନଏଚ-୧୬କୁ ୬ ଲେନ୍ କରାଯିବ

ବିଜେପି ସରକାର ଏହାକୁ ନେଇ ସଙ୍କଳ୍ପବଦ୍ଧ । ବିରୋଧି ବିଜେଡି କଂଗ୍ରେସ କନଫ୍ୟୁଜନ ତିଆରି କରୁଛନ୍ତି । ଲୋକଙ୍କୁ ବୋକା କରିବାକୁ ଚେଷ୍ଟା କରୁଛନ୍ତି । ବିଧାନସଭାରେ ଭୁଲ୍ ତଥ୍ୟ କହି ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ କରାଯାଉଛି । ଅମୃତ ହାଣ୍ଡିରେ ବିଶ ପକେଇବକୁ ଚେଷ୍ଟା କରୁଛନ୍ତି ବିରୋଧୀ । ଧାନ କିଣାରେ ୧୯ ନମ୍ବରରୁ ୨ ନମ୍ବରର ପହଞ୍ଚିଛୁ । ଏଗ୍ରିକଲଚର ଟୁଡେ ପକ୍ଷରୁ ଆମକୁ ପୁରସ୍କୃତ କରାଯାଇଛି । ବିରୋଧୀ ଏହାକୁ ହଜମ କରି ପାରୁ ନାହାନ୍ତି । ବିଜେପି ସରକାରଙ୍କ ମନ୍ତ୍ରୀ ବିଧାୟକଙ୍କ ସମେତ ବିଜେପି ବରିଷ୍ଠ ରାଜନେତା ମଣ୍ଡି ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ବିଜେପି ସରକାରରେ ନଥିବା ସମୟରେ ଧାନର ଅଭାବୀ ବିକ୍ରି ନହେବା ସହ ଉଚିତ୍ ମୂଲ୍ୟ, ଚାଷୀର ପ୍ରାପ୍ୟ ପାଇଁ ଦାବି କରିଥିଲୁ । ବିଜେପି ସରକାର ଚାଷୀ ମାନଙ୍କ ପାଇଁ କାମ କରୁଛନ୍ତି । ବିଜେଡ଼ି ଓ କଂଗ୍ରେସର ଲୋକ, ନେତା ଓ ନେତୃତ୍ଵ ଆମ ସଂକଳ୍ପ ପତ୍ର ନେଇକି ପଢନ୍ତୁ । ବିଧାନସଭା ବନ୍ଦ କରିବାକୁ ଅପଚେଷ୍ଟ କରୁଛନ୍ତି ତାହା ବନ୍ଦ କରନ୍ତୁ । ବିଧାନସଭାରେ ଚର୍ଚ୍ଚା ଆଲୋଚନା ହେଉ ତାର ଜବାବ ମୋହନ ସରକାର ଦେବେ ।

ଏ ଖବର ବି ପଢ଼ନ୍ତୁ:- ଲଙ୍କାଗୁଣ୍ଡ କାହାଣୀ ମିଛ ! ନିଜେ ନେଇ ପଳାଇଥିଲା ୨ ଲକ୍ଷ, ଗୋଟିଏ ଭୁଲ ପାଇଁ ଧରିଦେଲା ପୋଲିସ

ଯେଉଁ ପ୍ରସଙ୍ଗର କୌଣସି ଆଧାର ନାହିଁ ତାକୁ ଡାଇଲୁଟ୍ କରାଯାଉଛି । ଧାନ ଚାଷ କୃଷକର ସମ୍ମାନର ବିଷୟ । ଇନପୁଟ ସବସିଡି ବଢ଼େଇ ଆମ ସରକାର ଦାୟିତ୍ୱ ସମ୍ପନ୍ନ ଭାବେ ପ୍ରତିଶ୍ରୁତିବଦ୍ଧ । ଆମେ ଧାନ କ୍ଵିଣ୍ଟାଲ ପିଛା ୩୧ଶହ ଟଙ୍କା ଦେଇ ଧାନ କିଣୁଛୁ । ଗତ ବର୍ଷ ୨୭ ହଜାର କୋଟି ଟଙ୍କାର ଧାନ ଆମେ କିଣିଛୁ । ୨୦୨୫-୨୬ ରବି, ଖରିଫ ଋତୁରେ ପାଖାପାଖି ୬୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଆମେ କିଣିଛୁ । ବିରୋଧୀ ଏହାକୁ ସହି ପାରୁନି । ଆମେ ସ୍ୱଚ୍ଛତାର ସହ ଧାନ ଆମେ କିଣୁଛୁ । ଦରକାର ହେଲେ ଆହୁରି ଟୋକନ ଦିଆଯିବ । ବିଧାନସଭାକୁ ଅଚଳ କରି ଯେଉଁ ଇସ୍ୟୁ କରାଯାଉଛି ତାଙ୍କୁ ଓଡ଼ିଶାବାସୀ କ୍ଷମା କରିବେନି ।