ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କାଳବୈଶାଖୀ ଯୋଗୁଁ ଡାଇଭର୍ଟ ହୋଇଥିଲା ହେଲିକପ୍ଟର

Published By : Prameya-News7 Bureau | May 06, 2024 IST

ଭୁବନେଶ୍ବର ୬।୫: ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରୁ ଆସି ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । କାଳବୈଶାଖୀ ଯୋଗୁଁ ଭୁବନେଶ୍ବର ବିମାନବନ୍ଦରରେ ଓହ୍ଲାଇ ପାରିନଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ନପାରି ଝାରସୁଗୁଡ଼ା ପଳାଇଥିଲା । 

ସୂଚନାଯୋଗ୍ୟ ଯେ, ନୂଆପଡା ଖଡ଼ିଆଳରୁ ଭୁବନେଶ୍ବର ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ଅବତରଣ କରିପାରିନଥିଲା । ରାଜଧାନୀରେ କାଳବୈଶାଖୀ ବର୍ଷା ଯୋଗୁଁ ହେଲିକପ୍ଟର ଅବତରଣରେ ସମସ୍ଯା ସୃଷ୍ଟି ହୋଇଥିଲା । ହେଲିକପ୍ଟରଟି ୩୦ ମିନିଟ୍‌ ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦର ଉପରେ ଚକ୍କର କାଟିଥିଲା । ଅବତରଣରେ ସମସ୍ୟା ହେବା ଫଳରେ ଝାରସୁଗୁଡ଼ା ଚାଲିଯାଇଥିଲା ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା । ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ପାଣ୍ଡିଆନ୍ କହିଥିଲେ ଯେ, ଖରାପ ପାଗ ଯୋଗୁଁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । ଯେଉଁଥିପାଇଁ ଝାରସୁଗୁଡ଼ାରେ ଅବତରଣ କଲା ହେଲିକପ୍ଟର । ତେବେ ପାଗ ବଦଳିବା ପରେ ଝାରସୁଗୁଡ଼ାରୁ ପୁଣି ଭୁବନେଶ୍ୱର ବାହାରିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ତେବେ ଝାରସୁଗୁଡାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ଆସି ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନ୍ ।

You Can Read :

ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ, ଶେରଗଡରୁ ଆସିଛି ୧୪ ଖଣ୍ଡ ଫାସୀ କାଠ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.