ଦିଲ୍ଲୀ ଗଲେ ପିସିସି ସଭାପତି, ପ୍ରାର୍ଥୀଙ୍କ ଚୟନ ନେଇ ହାଇକମାଣ୍ଡଙ୍କ ସହ କରିବେ ଆଲୋଚନା

NEWS7
mother-along-with-son-drown-while-bathing-in-river-baitarani

ଭୁବନେଶ୍ୱର ୨୭।୦୨ : ଦିଲ୍ଲୀ ଗଲେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତଚରଣ ଦାସ । ପ୍ରତିଭା ସଂପର୍ଣ୍ଣ ବ୍ୟକ୍ତିଙ୍କୁ ସମର୍ଥନ କରି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଲେ ଭଲ ହେବ ବୋଲି କହିଛନ୍ତି ପିସିସି ସଭାପତି ।

ଏ ଖବର ବି ପଢନ୍ତୁ:- ପାରାଦୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ପଛରେ ରହିଛି କି ବୟଫ୍ରେଣ୍ଡର ହାତ ? ଦୁଇ ଜଣକୁ ଗିରଫ ସୂଚନା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭାରେ ଯିଏ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବ । ସେହିଭଳି ଲୋକ ପ୍ରାର୍ଥୀ ହେଲେ ରାଜ୍ୟ ପାଇଁ ଭଲ କଥା । ଆମ ନଜରରେ ବି ପ୍ରାର୍ଥୀ ଅଛନ୍ତି । କିନ୍ତୁ କିଏ ପ୍ରାର୍ଥୀ ହେବ, ତାହା ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ । ସେହିପରି ନବୀନ ବାବୁ ବି କାହାକୁ ପ୍ରାର୍ଥୀ କରିବେ, ତାହା ତାଙ୍କ ଉପରେ ନିର୍ଭର କରେ । ପ୍ରଭାସ ପଟ୍ଟନାୟକ, ଲଲିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଭଳି ବିଭିନ୍ନ ଦିଗରୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନା ରହିଛି । ଆହୁରି ଅନେକ ବ୍ୟକ୍ତି ମଧ୍ୟ ଅଛନ୍ତି ।

ଏ ଖବର ବି ପଢନ୍ତୁ:-ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ ନଥିଲା ଷଡ଼ଯନ୍ତ୍ର