LIVE TV
LIVE TV

ଚୋର ପାଇଁ ରାତି ଅନିଦ୍ରା, ଶୀତ ରାତିରେ ନିଜ କରୁଛନ୍ତି ଗାଁ ଲୋକେ

NEWS7
more-than-40-dead-bodies-found-flowing-in-ganga-in-buxar-fearing-death-from-corona

ଆଠଗଡ ୦୪/୧୨: ପୋଲିସ ଶୁଣୁନି । ଚୋର ପାଇଁ ଲୋକେ ରାତି ଅନିଦ୍ରା । ଶୀତ ରାତିରେ ବି ନିଜ ସୁରକ୍ଷା କରୁଛନ୍ତି ଗାଁ ଲୋକେ । ସୁରକ୍ଷା ପାଇଁ ରାତ୍ରି ଉଜାଗର ଗ୍ରାମବାସୀ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସାଉରୀଆ ଗାଁରେ ।

ସୂଚନା ଥାଉକି, ସ୍ଥାନୀୟ ମେଡିକାଲ ଛକ ଠାରୁ ପ୍ରାୟ ୩ କିମି ଜଙ୍ଗଲ ରାସ୍ତା ଦେଇ ଆସିଲେ ଗାଁ ପଡ଼େ । ଗତ ୨୨ ତାରିଖ ବିଳମ୍ବିତ ରାତିରେ ଗାଁରେ ଡକାୟତ ଦଳ ୩ ଜଣଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ । ଏପରିକି ସେଇ ଗ୍ରାମର ବିଶ୍ୱଜିତ୍ ଜେନାକୁ ଡକାୟତମାନେ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଘଟଣାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଗୁରୁଡ଼ିଝାଟିଆ ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା । ସ୍ଥାନୀୟ ଲୋକଙ୍କ ପୋଲିସ୍ ଉପରୁ ଏକ ପ୍ରକାର ଭରସା ଉଠିଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ ମାନେ ।