ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପିକ୍‌ଅପ୍‌ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

Published By : Prameya-News7 Bureau | April 15, 2024 IST

ନୂଆପଡ଼ା ୧୫।୦୪ : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ସାଲେବିହିଡି ହନୁମାନ ଛକରେ ମର୍ମନ୍ତୁଦ ଦୁର୍ଘଟଣା ।ପିକ୍‌ଅପ୍‌ ଗାଡି ଧକ୍କାରେ ଚାଲିଗଲା ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରୁଛି । 

ଖବର ଅନୁଯାୟୀ, ସୋମବାର ଦିନ ସିନାପାଲି ଥାନା ସାଲେବିହିଡ ହନୁମାନ ଛକ ଏକ୍ସପ୍ରେସ୍‌ ଓ୍ୱେରେ ଘଟିଛି ଦୁର୍ଘଟଣା । ରଙ୍ଗ ଓ୍ୱେର ଯାଉଥିବା ବେଳେ ଦୁଇ ବାଇକ୍‌ ଆରୋହୀଙ୍କୁ ଏକ ପିକ୍‌ଅପ୍‌ ଗାଡି ଧକ୍କା ଦେଇଛି । ଯାହାଫଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ବାଇକ ଆରୋହୀ ସ୍ଥାନୀୟ ବୈଗାପଡା ଗ୍ରାମର ଦୁର୍ଯ୍ୟୋଧନ ନେତାମାନେ ଓ ଫକୀର ମୋହନ ବାଗ।  ସେପଟେ ଦୁର୍ଘଟଣା ପରେ ପିକ୍‌ଅପ୍ ଗାଡି ଛାଡି ଡ୍ରାଇଭର ଫେରାର ମାରିଛନ୍ତି । ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.