ଖଡ଼ିଆଳ ରାଜାଙ୍କ ଘରେ ପଶିଲା ଭାଲୁ, ଲୋକଙ୍କୁ ସଚେତନ କଲା ବନ ବିଭାଗ

Published By : Prameya-News7 Bureau | April 11, 2024 IST

ନୂଆପଡା ୧୧।୪: ଖଡ଼ିଆଳ ରାଜା ଭୁବନେଶ୍ୱର ପ୍ରସାଦ ସିଂ ଦେଓଙ୍କ ଘରେ ଭାଲୁ ଆତଙ୍କ । ଭାଲୁକୁ ଘଉଡ଼ାଇବା ପାଇଁ ଖଡ଼ିଆଳ ବନ ବିଭାଗ ଆପ୍ରାଣ ଉଦ୍ୟମ କରିଛି । ଘଟଣାସ୍ଥଳକୁ ଖୋଦ ତଦାରଖ କଲେ DFO । 

ବୁଧବାର ରାତିରୁ ରାଜା ଘରେ ଭାଲୁ ପସିଥିବା ବେଳେ ଖବର ପାଇଁ ବନ ବିଭାଗ ଅଗ୍ନିଶମ ବିଭାଗ ଓ ଖଡ଼ିଆଳ ପୋଲିସ ପହଞ୍ଚି ଭାଲୁକୁ ସୁରକ୍ଷିତ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛି । ଗୁରୁବାର ସକାଳୁ ଭାଲୁଟି ପାଖରେ ଥିବା ବୁଦାମୂଳରୁ ବାହାରି ବିଜେପୁର ପାଖ କାଲି ସୁନ୍ଦରୀ ପାହାଡ଼ ପଟେ ଯାଇଥିବା ସୂଚନା ମିଳିଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ବନ ବିଭାଗ ସଚେତନ କରୁଛି ।

You Can Read :

ଘରେ ଏକୁଟିଆ ଥିଲେ ବୃଦ୍ଧା, ହାର-ମୁଦି ସଫା କରିବାକୁ ମାଗି ଲୁଟିନେଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.