ଦେଖାଗଲାନି ଚାନ୍ଦ, ଜାଣନ୍ତୁ କେବେ ପାଳନ ହେବ ଇଦ?

Published By : Prameya-News7 Bureau | April 09, 2024 IST

ନୂଆଦିଲ୍ଲୀ ୯।୪: ଇଦ ଅପେକ୍ଷାରେ ଥିବା ଲୋକଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ। କାରଣ ୯ ଏପ୍ରିଲ ମଙ୍ଗଳବାର ହେବାକୁ ଥିବା ‘ଶୱାଲ କା ଚାନ୍ଦ’ ହୋଇ ନାହିଁ। ଏଣୁ ଏପ୍ରିଲ ୧୦ ତାରିଖ ଦିନ ରମଜାନ ପାଳନ କରୁଥିବା ଇସ୍ଲାମ ଭାଇଭଉଣୀଙ୍କୁ ୩୦ତମ ରୋଜା ରଖିବାକୁ ପଡିବ ଓ ଏହାର ପରଦିନ ଇଦ୍ ହେବ। ମରକଜୀ ଚାନ୍ଦ କମିଟି ଫରଙ୍ଗୀ ମହଲ ସଦର କାଜି-ଏ-ଶହାର ମୌଲାନା ଖାଲିଦ ରଶିଦ ଫରଙ୍ଗୀ ମହଲୀ ଇମାମ ଇଦଗାହ, ଲକ୍ଷ୍ନୌ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।  

ସେ କହିଛନ୍ତି ଯେ ୯ ଏପ୍ରିଲ ମଙ୍ଗଳବାର ଶୱାଲ କା ଚାନ୍ଦ ହୋଇ ନାହିଁ। ଏଣୁ ୧୦ ଏପ୍ରିଲ ବୁଧବାର ୩୦ତମ ରୋଜା ପାଳିତ ହେବାକୁ ଥିବା ବେଳେ ଏପ୍ରିଲ ୧୧ ତାରିଖ ଦିନ ଇଦ-ଉଲ-ଫିତ୍ର ପାଳନ କରାଯିବ। ସେହିପରି ଦିଲ୍ଲୀ ଜାମା ମସଜିଦ୍ ଇମାମ ବୁଖାରୀ ମଙ୍ଗଳବାର ଇଦ୍ ର ଚାନ୍ଦ ଦେଖା ଯାଇ ନଥିବା କହିଛନ୍ତି। ଏଣୁ ବୁଧବାର ଶେଷ ରୋଜା ପାଳନ ସହ ଗୁରୁବାର ଇଦ-ଉଲ-ଫିତ୍ର ପାଳନ ହେବ ବୋଲି ଘୋଷଣା କରିଛନ୍ତି। 

ଇଦ-ଉଲ-ଫିତ୍ର ମୁସଲମାନଙ୍କ ବାର୍ଷିକ ଉତ୍ସବ ମଧ୍ୟରେ ଅନ୍ୟତମ ଓ ପ୍ରମୁଖ। ମାସେ କାଳ ରୋଜା ରଖିବା ପରେ ଇସ୍ଲାମ ଧର୍ମାବଲମ୍ବୀମାନେ ଇଦ-ଉଲ-ଫିତ୍ର ପାଳନ କରନ୍ତି। କୁହାଯାଏ ରମଜାନର ୩୦ ରୋଜା ରଖିବା ପରେ ଏହାର ପୁରସ୍କାର ସ୍ୱରୂପ ମୁସଲମାନଙ୍କୁ ଇଦ-ଉଲ-ଫିତ୍ର ଉପହାର ମିଳିଥାଏ। ଏଣୁ ଏହାକୁ ମିଠି ଇଦ୍ ବୋଲି ମଧ୍ୟ ଲୋକେ କହନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.