ଶୀତ ଦିନରେ ଓଠ ଫାଟୁଛି କି ? ନରମ ଓଠ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ...

NEWS7
modi-govts-the-occupational-safety-health-and-working-conditions-code-placed-in-parliament

ନୂଆଦିଲ୍ଲୀ ୨୨।୧୨; ଶୀତ ଦିନରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଥଣ୍ଡା ଦିନରେ ବଦଳୁଥିବା ପାଗରେ ଓଠ ଶୁଖିଯାଇ ଫାଟିଯାଏ । ବହୁ ଲୋକ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲିପ୍ ବାମ ଓ ପେଟ୍ରୋଲିୟମ୍ ଜେଲି ଆଦି ବ୍ୟବହାର କରିଥାନ୍ତି । ଓଠ ଫାଟିବା ଦ୍ବାରା ବହୁ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ବହୁ ସାମଗ୍ରୀ ଉପଲବ୍ଧ । ହେଲେ ଏହି ପ୍ରଡକ୍ଟ କେମିକାଲ ଯୁକ୍ତ ହୋଇଥିବାରୁ ସମସ୍ୟା ସୃଷ୍ଟି କରିପାରେ । ଏହିପରି କ୍ଷେତ୍ରରେ ଆପଣ ଘରୋଇ ଉପାୟରେ ଏହି ସମସ୍ୟାରୁ ଆରାମ ପାଇ ପାରିବେ । ଆସନ୍ତୁ ଜାଣିବା କିପରି...

ଗୋଲାପ ପାଖିୁଡ଼ା:

କିଛି ଗୋଲାପର ପାଖୁଡ଼ାକୁ କଞ୍ଚା କ୍ଷୀରରେ ବତୁରାଇ ଛାଡ଼ି ଦିଅନ୍ତୁ । ଏହାକୁ ପେଶି ଏକ ଚିକ୍କଣ ପେଷ୍ଟ ବନାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଲିପ୍ ବାମ୍ ଭଳି ଲଗାଇପାରିବେ । ଏହାକୁ ଦୈନିକ ୩ରୁ ୪ଥର ଓଠରେ ଲଗାଇଲେ, ଏହା ଓଠକୁ କୋମଳ ରଖିଥାଏ ।

ଲେମ୍ବୁ ରସ:

କିଛି ଲୋକଙ୍କ ଓଠ କଳା ପଡ଼ିଯାଏ । ସେମାନେ ଏକ ଚାମୁଚ ଲେମ୍ବୁ ରସରେ ମହୁକୁ ମିଶାଇ ଏହି ମିଶ୍ରଣକୁ ନିଜ ଓଠରେ ଲଗାଇ ଶୁଖିବାକୁ ଛାଡ଼ି ଦିଅନ୍ତୁ । ଏହା ପରେ ନିଜ ଓଠରେ ଏକ ପେଟ୍ରୋଲିୟମ୍ ଜେଲି ବା ବାମ୍ ଲଗାନ୍ତୁ । ଏପରି ବାରମ୍ବାର କରିବା ଦ୍ବାରା ଆପଣଙ୍କ ଓଠ ଶୁଖିବ ନାହିଁ ଏବଂ ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସେ ।

ଡାଳିମ୍ବ ରସ:

ଏକ ଚାମଚ ମହୁ ଓ କିଛି ପରିମାଣର ଡାଳିମ୍ବ ରସକୁ ନେଇ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ନିଜ ଓଠରେ ଲଗାନ୍ତୁ । ଏପରି ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଶୁଖିବା ପରେ ପାଣିରେ ଏହାକୁ ଧୋଇ ତୁରନ୍ତ ଲିପ୍ ବାମ୍ ଲଗାନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଓଠ ଲମ୍ବା ସମୟ ପର୍ଯ୍ୟନ୍ତ ଆର୍ଦ୍ର ରହିଥାଏ । ଏହା ସହିତ ଡାଳିମ୍ବ ରସ ଏହାକୁ ଏକ ଗୋଲପୀ ଚମକ ଦେଇଥାଏ ।

ଚିନି:

ଶୁଖିଲା ଓଠ ଉପରେ ବହୁ ମୃତ କୋଷିକାମାନେ ଜମା ବାନ୍ଧି ରହିଥାନ୍ତି । ଏହାକୁ ହଟାଇବା ପାଇଁ ସ୍କ୍ରବିଂ ଜରୁରୀ ଅଟେ । ଏଥିପାଇଁ ଏକ ଚମୁଚ ଚିନି, ମହୁ ଓ ଅଲିଭ ତେଲ ଏବଂ ପେଟ୍ରୋଲିୟମ୍ ଜେଲି ନିଅନ୍ତୁ । ଏହି ସମସ୍ତ ସାମଗ୍ରୀକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଧୀରେ ଧୀରେ ଓଠରେ ମାଲିସ କରନ୍ତୁ । କିଛି ସମୟ ପରେ ସାମାନ୍ୟ ଉଷୁମ ପାଣିରେ ଧୋଇ ନେଇ ତୁରନ୍ତ ଲିପ୍ ବାମ୍ ଲଗାନ୍ତୁ । ଏପରି କରିବା ଦ୍ବାରା ଓଠ ଖୁବ ଶୀଘ୍ର ନରମ ହୋଇଯାଏ । ସପ୍ତାହକୁ ୨ଥର ଏହାକୁ କରିଲେ ଭଲ ଫଳାଫଳ ମିଳିଥାଏ ।