୫୦ ବର୍ଷ ପୁରୁଣା ଆଇନ ବଦଳାଇ ଲୋକଙ୍କୁ ବଡ ଉପହାର ଦେବାକୁ ଯୋଜନା କରୁଛନ୍ତି ମୋଦି ସରକାର, ଉପକୃତ ହେବେ କୋଟିକୋଟି ଜନତା

Published By : Prameya-News7 Bureau | June 24, 2019 IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟପାଳି ସରକାରରେ ଦେଶର ରାଜସ୍ୱ ଆୟ ବୃଦ୍ଧି ସହ ଲୋକକଙ୍କୁ କରବୋଝରୁ ମୁକ୍ତ କରିବା ଲାଗି ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଦେଶରେ ପ୍ରଚଳିତ ଆୟକର ଆଇନକୁ ସରକାର  ବଦଳାଇବେ ବୋଲି ଜଣାପଡିଛି। ଯଦି ଆୟକର ଆଇନର ସଂଶୋଧନ ହୁଏ ତେବେ ଏହାର ସିଧା ଲାଭ ବୃତ୍ତିଜୀବିଙ୍କୁ ମିଳିବ ବୋଲି ଆଶା କରାଯାଉଛି।

{"id":126616}

ଦେଶରେ ପ୍ରଚଳିତ ପ୍ରତ୍ୟକ୍ଷ କର ବା ଡାଇରେକ୍ଟ ଟ୍ୟାକ୍ସ ଲ କୁ ବଦଳାଇବା ଯୋଜନାରେ ଅଛନ୍ତି ମୋଦି ସରକାର । ତେବେ ସବୁଠୁ ବଡ କଥା ହେଲା ଏହି ଆଇନ ପରିବର୍ତ୍ତନ ନିମନ୍ତେ ମୋଦି ସରକାର ଗତ ପ୍ରାୟ ୨ ବର୍ଷ ହେଲା କାମ କରୁଛନ୍ତି। ଏଥିପାଇଁ ସରକାର ୨୦୧୭ ମସିହାରେ ଏକ କମିଟି ଗଠନ କରିଥିଲେ। ନୂଆ ଆଇନର ଚିଠାପ୍ରସ୍ତାବ ପ୍ରସ୍ତୁତ କରିବାକୁ ଏହି କମିଟିକୁ ସରକାର ଦାୟିତ୍ୱ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କମିଟି ନୂଆ କର ବ୍ୟବସ୍ଥାର ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ନ ପାରିବାରୁ ଗତ ମେ ମାସରେ କମିଟର କାର୍ଯ୍ୟକାଳକୁ ସରକାର ଆଉ ୨ ମାସ ସମ୍ପ୍ରସାରଣ କରିଛନ୍ତି।  ଏଣୁ ଜୁଲାଇମାସ ଶେଷ ସପ୍ତାହ ସୁଦ୍ଧା କମିଟି ସରକାରଙ୍କୁ ନୂଆ କର ବ୍ୟବସ୍ଥାର ରିପୋର୍ଟ ଦେବେ ବୋଲି ଆଶା କରାଯାଉଛି।

{"id":126617,"width":576,"height":431}

ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ସାଧାରଣ ବଜେଟ୍ ଜୁଲାଇ ୫ ତାରିଖରେ ଉପସ୍ଥାପିତ ହେବ। ଏଣୁ ସଂସଦର ବଜେଟ ଅଧିବେଶନ ପରେ ଦେଶରେ ନୂଆ ପ୍ରତ୍ୟକ୍ଷ କର ଆଇନ ଲାଗୁ ହେବ ବୋଲି ଆଶା କରାଯାଉଛି। ଏହି ଶୁଳ୍କ ବ୍ୟବସ୍ଥାରେ କେବଳ ବୃତ୍ତିଜୀବୀ ନୁହଁନ୍ତି ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସରଳ ହେବ । ଫଳରେ ଦେଶର କୋଟି କୋଟି ଲୋକ ଲାଭବାନ ହେବେ ବୋଲି କୁହାଯାଉଛି। ଏଭଳି କର ବ୍ୟବସ୍ଥା ଯୋଗୁ ନୂଆ କରଦାତାଙ୍କ ବର୍ଗ ସୃଷ୍ଟି କରିବ । ଯାହା ଦେଶର ରାଜସ୍ୱ ଆୟ ଅଭିବୃଦ୍ଧିରେ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.