ଭୁବନେଶ୍ୱର ୦୭।୦୫ : ଓଡିଶା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୬ଟି ଲୋକସଭା ଏବଂ ୪୨ ବିଧାନସଭାରେ ମତଦାନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ମତଦାନ ହେବ ।
ତେବେ ବିଜ୍ଞପ୍ତି ଅନୁସାରେ, ଆଜିଠୁ ମାନେ ମେ ୭ ତାରିଖରୁ ଏ ସମସ୍ତ ଆସନ ପାଇଁ ନାମାଙ୍କନ ଭରିପାରିବେ ପ୍ରାର୍ଥୀ। ମେ ୧୪ ତାରିଖ ଯାଏଁ ଚାଲିବ ଏହି ପ୍ରକିୟା। ମେ ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ମେ ୧୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହର କରିପାରିବେ ପ୍ରାର୍ଥୀ। ଜୁନ୍ ୧ରେ ମତଦାନ ଅନୁଷ୍ଠିତ ହେବ। ଜୁନ୍ ୪ରେ ଫଳ ପ୍ରକାଶ ପାଇବ।
ସୂଚନାଯୋଗ୍ୟ ଯେ, ଜୁନ ୧ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସହ ୪୨ ବିଧାନସଭା ଆସନ ଯଥା ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ମତଦାନ ଅନୁଷ୍ଠିତ ହେବ।