ବିବାଦରେ ଚୌଦ୍ୱାର ସର୍କଲ ଜେଲ୍‌, ଦୁଇ ଅଧିକାରୀଙ୍କ କଳିରେ ଗୁପ୍ତ ତଥ୍ୟ ଲିକ୍‌

NEWS7
maulana-saad-of-nizamuddin-markaz-suspect-hide-in-harayana

ଭୁବନେଶ୍ୱର ୧୯।୦୧ : ବିବାଦରେ ପୁଣି ଚୌଦ୍ୱାର ସର୍କଲ ଜେଲ୍‌ । ଦୁଇ ବିହାରୀ କଏଦୀ ଫେରାର ନେଇ ଜେଲର –ସୁପରିଟେଣ୍ଡ ମୁହାଁମୁହିଁ।   କଏଦୀ ଫେରାର ଘଟଣାରେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ବର୍ତ୍ତମାନ ସୁପରିଟେଣ୍ଡଣ୍ଟଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ ।

ଗତ ଶନିବାର ଚୌଦ୍ୱାର ଥାନାରେ ମାମଲା ଦାୟର କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ସୁପରିଟେଣ୍ଡଣ୍ଟ ସୁଜିତ କୁମାର ରାଉଳ ନିଜ ପଦବୀର ଅପବ୍ୟବହାର କରିବା ସହ ପୂର୍ବତନ ଜେଲର ମ୍ୟାଡାମଙ୍କର ଦସ୍ତଖତ ଜାଲ୍‌ କରିଥିଲେ । ଏହି ମାମଲାରେ ବର୍ତ୍ତମାନ ଶ୍ରୀମତୀ ଦାଶ ପାଲଟା ଅଭିଯୋଗ କରିଛନ୍ତି ବର୍ତ୍ତମାନର ସୁପରିଟେଣ୍ଡଣ୍ଟ ।

ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଶ୍ରୀମତୀ ଦାଶ ଯେତେବେଳେ ଜେଲ୍‌ରେ କାର୍ଯ୍ୟରତ ଥିଲେ, ସେହି ସମୟରେ ବହୁ ଦୁର୍ନୀତି କରିଛନ୍ତି । ସିଏ ତାଙ୍କର ଦାୟିତ୍ୱକୁ ବର୍ତ୍ତମାନ ପୋଷ୍ଟିଂ ଥିବା ରଘୁରାଜ ମାଝୀଙ୍କ ହସ୍ତାନ୍ତର କରିନାହାନ୍ତି । କ୍ୟାଣ୍ଟିନ ଟଙ୍କା ଏବଂ କ୍ୟାସବୁକ୍‌ ବି ହସ୍ତାନ୍ତର କରିନାହାନ୍ତି । ସିଏ ଦାୟିତ୍ୱରେ ଥିବା ସମୟରେ ମନଇଚ୍ଛା ଜେଲ୍‌କୁ ଆସନ୍ତି । ଏହାସହ ଜେଲ୍‌ରେ ଥିବା କଏଦୀଙ୍କୁ ଅସଦାଚରଣ ମଧ୍ୟ କରିଥାନ୍ତି ।

ଏପିରିକି କିଛି ଦିନ ତଳେ ଜେଲ୍‌ରୁ ଚମ୍ପଟ ମାରିଥିବା ଦୁଇ କଏଦୀଙ୍କ ଫେରାର ପଛରେ ଶ୍ରୀମତୀ ଦାଶଙ୍କ ହାତ ଅଛି ବୋଲି ସେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ତାଙ୍କ ପୋଷ୍ଟିଂ ହୋଇଥିବା କଣ୍ଟାବାଞ୍ଝି ସବ୍‌ଜେଲ୍‌କୁ ଯାଇ ସେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେଲ୍‌ ଭିତର ତଥ୍ୟ ଦେଉଥିବା ଅଭିଯୋଗ କରୁଛନ୍ତି । ଅନଲାଇନ୍‌ ମାଧ୍ୟମରେ ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ତାଙ୍କ ଅଭିଯୋଗ ପତ୍ର ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ଯାହା ରହିଛି ୪୪୨ ପୃଷ୍ଠା ରହିଛି । ଯେଉଁଥିରେ ପ୍ରଥମ ୨ ପୃଷ୍ଠା ଅଭିଯୋଗ ପତ୍ର ରହିଥିବା ବେଳେ ଅନ୍ୟ ସମସ୍ତ ପୃଷ୍ଠା ଗୁଡ଼ିକ ଜେଲ୍‌ ସଂପର୍କୀତ ତଥ୍ୟ ରହିଛି ।