ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ

Published By : Prameya-News7 Bureau | April 17, 2024 IST

ରାଉରକେଲା ୧୭।୦୪ : ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ । ରାଉରକେଲା ଝାଡଖଣ୍ଡ ସୀମାନ୍ତ ଝାଡଖଣ୍ଡର ଗୋଏଲକେରା ଥାନା ଟେନ୍‌ଟୋ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କୁମ୍ବିଂ ଅପରେସନ ସମୟରେ ଠାବ ହୋଇଛି ମାଓ କ୍ୟାମ୍ପ । 

ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ଏହି କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହିତ ତା ସହଯୋଗୀ ମନଚୁ , ଚମନ ,ଅଜୟ ସହ ସାଗେନ ଅଙ୍ଗରିଆ କ୍ୟାମ୍ପରେ ରହି କିଛି ଅଘଟଣ ଘଟାଇବାକୁ ଯୋଜନା କରୁଛନ୍ତି । ଏହି ଖବର ପାଇ ସୁରକ୍ଷାକର୍ମୀ କରିଥିଲେ କୁମ୍ବିଂ ଅପରେସନ । ହେଲେ ପୋଲିସ ଅପରେସନ୍‌ ପୂର୍ବରୁ ଛତ୍ରଭଙ୍ଗ ଦେଇଥିଲେ ମାଓନେତା ।  ନିର୍ବଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ପୁରା ଆଲର୍ଟରେ ରହିଛି ।

ତେବେ ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ  ଜବତ ହୋଇଛି । ଯେଉଁଥିରେ ବିଷାକ୍ତ ଲେପ ଥିବା ୨୧ଟି ତାର ଅଢ଼େଇ କିଲୋର ଗନ ପାଉଡ଼ର , ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର , ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.