ରାତି ତମାମ୍ ଖୋଲିଲା ବାର୍, ସିଲ୍ କଲା ଅବକାରୀ ବିଭାଗ ; ବାର୍ ମ୍ୟାନେଜର ଗିରଫ

NEWS7
man-died-inside-sree-mandir

ଭୁବନେଶ୍ବର ୧୫।୨: ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳରେ ରାତି ତମାମ୍ ବାର୍ ଖୋଲିବା ଘଟଣାକୁ ନେଇ ତତ୍ପରତା ଦେଖାଇଛି ଅବକାରୀ ବିଭାଗ । ରାଜଧାନୀର ବିଭିନ୍ନ ପବ୍ ଓ ବାର୍ରେ ଚଢ଼ାଉ କରିଛି ଅବକାରୀ ବିଭାଗ । ରେଡ୍ ବେଳେ ହରଡଘଣାରେ ପଡ଼ିଲେ ଅବକାରୀ ବିଭାଗ । ଚଢ଼ାଉ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ହୋଇଛି । ବାର୍ ମ୍ୟାନେଜରଙ୍କ ସହ ଅବକାରୀ ଅଧିକାରୀଙ୍କର ଧସ୍ତାଧସ୍ତି ହୋଇଛି । ଅଧିକ ଫୋର୍ସ ଓ ପୋଲିସ ସହାୟତାରେ ମ୍ୟାନେଜରଙ୍କୁ କାବୁ କଲେ ଅବକାରୀ ଅଧିକାରୀ ।

 

ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ । ଗତ ଶୁକ୍ରବାର ଭୋର୍ ୪ଟା ପର୍ଯ୍ୟନ୍ତ ବାର୍ ଚାଲିଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାର୍ ସିଲ୍ କଲା ଅବକାରୀ ବିଭାଗ । ଘଟଣାକୁ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ଅବକାରୀ ଅଧିକାରୀ । ଅଭିଯୋଗ ଆଧାରରେ ବାର୍ ମ୍ୟାନେଜର ଗିରଫ । ସିସିଟିଭି ଯାଞ୍ଚ କରାଯାଉଛି ।