Live Live
LIVE

ଟାଇଟଲ୍ ମୁକାବିଲା ପୂର୍ବରୁ ସାଣ୍ଟନରଙ୍କ ଚେତାବନୀ, ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିବାରେ କୌଣସି ଆପତ୍ତି ନାହିଁ

NEWS7
malaika-arora-tested-corona-positive

ଅହମ୍ମଦାବାଦ: ୨୦୨୩ ନଭେମ୍ବର ୧୯ ତାରିଖ। ସ୍ଥାନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ। ଆଉ ଏହି ଦିନକୁ ଭାରତୀୟ କ୍ରିକେଟ୍ ଦଳ ଏବଂ କ୍ରିକେଟ୍ ପ୍ରେମୀ କଦାପି ଭୁଲି ପାରିବେ ନାହିଁ। ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ସେ ଦିନ ଯାହା କହିଥିଲେ, ତାହା କରି ଦେଖାଇଥିଲେ। ପୂରା ୧୪୦ କୋଟି ଭାରତୀୟ ମୋଦୀ ଷ୍ଟାଡିୟମରେ ନିରବ ହୋଇ ଯାଇଥିଲା। ଦିନିକିଆ ବିଶ୍ଵକପ୍ ୨୦୨୩ ଫାଇନାଲରେ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା ଅଷ୍ଟ୍ରେଲିଆ। ପୁଣି ସେହି ସମାନ ମଇଦାନରେ ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମୁକାବିଲା। କମିନ୍ସଙ୍କ ପରି କିଓ୍ଵି ଅଧିନାୟକ ମିଚେଲ୍ ସାଣ୍ଟନର ମଧ୍ୟ କହିଛନ୍ତି ଯେ, ଅହମ୍ମଦାବାଦରେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିପାରେ।

Also read: ଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଚାଲ, ଅହମ୍ମଦାବାଦରେ କାହିଁକି ବଦଳିଲା ହୋଟେଲ ?

ଆସନ୍ତାକାଲି ଫାଇନାଲ୍ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଟ୍ରଫି ଉଠାଇବା ପାଇଁ ମୋତେ ପୁଣି ଥରେ କିଛି ହୃଦୟ ଭାଙ୍ଗିବାରେ ଆପତ୍ତି ନାହିଁ। ସାଣ୍ଟନରଙ୍କ ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ, କିଓ୍ଵି ଟିମ୍ ଏଥର କେବଳ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସନ୍ତୁଷ୍ଟ ନୁହେଁ, ବରଂ ବିଶ୍ଵକପ୍ ଜିତି ଘରକୁ ଫେରିବାକୁ ଚାହାନ୍ତି।

ଗତ ୧୧ ବର୍ଷରେ ଏହା ନ୍ୟୁଜିଲାଣ୍ଡର ପଞ୍ଚମ ଆଇସିସି ଫାଇନାଲ୍ ମାତ୍ର ଦଳ ଥରୁଟିଏ ବି ଧଳା ବଲ୍ କ୍ରିକେଟରେ ଟ୍ରଫି ଜିତି ପାରିନି। ସାଣ୍ଟନର ପାଟ୍ କମିନ୍ସଙ୍କ ୨୦୨୩ ବିଶ୍ଵକପର ସେହି ଐତିହାସିକ ପ୍ରଦର୍ଶନର ସ୍ମୃତିକୁ ତାଜା କରିଛନ୍ତି। ସାଣ୍ଟନର କହିଛନ୍ତି, ତାଙ୍କର ଲକ୍ଷ୍ୟ ଅହମ୍ମଦାବାଦର ଏକ ଲକ୍ଷ ଦର୍ଶକଙ୍କୁ ଶାନ୍ତ କରିବା ରହିଛି। ଏହା ସହିତ ଭାରତ ଉପରେ ଘରୋଇ ମଇଦାନର ଚାପ ପକାଇବାକୁ ପଡ଼ିବ। ଟିମର ଉତ୍ସାହ ଚରମରେ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ଦମଦାର ବିଜୟରେ ତାଙ୍କ ଦଳ ବହୁତ ଆତ୍ମବିଶ୍ଵାସ ସହ ମଇଦାନକୁ ଓହ୍ଲାଇବ।

​​​​​​​

ଭାରତୀୟ ଦଳର ଶକ୍ତି ଉପରେ ସାଣ୍ଟନର ସ୍ଵୀକାର କରିଛନ୍ତି ଯେ, ଭାରତ ପାଖରେ ଯଶପ୍ରୀତ ବୁମରାଙ୍କ ପରି ବିଶ୍ଵସ୍ତରୀୟ ବୋଲର ଅଛନ୍ତି, ଯିଏ କୌଣସି ବି ମ୍ୟାଚର ଗତିବିଧି ବଦଳାଇ ପାରନ୍ତି। ସେ ଏହା ମଧ୍ୟ କହିଛନ୍ତି, ଭାରତର ଗଭୀର ବ୍ୟାଟିଂକ୍ରମକୁ ରୋକିବା ପାଇଁ ହେଲେ ପାଓ୍ଵାର ପ୍ଲେରେ ଓ୍ଵିକେଟ୍ ନେବା ବହୁତ ଜରୁରୀ। ନଚେତ୍ ସେମାନେ ୨୫୦ ପରି ବିଶାଳ ସ୍କୋର କରି ପାରିବେ।

ସାଣ୍ଟନର କହିଛନ୍ତି, ନ୍ୟୁଜିଲାଣ୍ଡ ଟିମ୍ ନିକଟରେ ଭାରତ ବିପକ୍ଷ ଟି-୨୦ ସିରିଜରୁ ମିଳିଥିବା ୪-୧ର ପରାଜୟରୁ ବହୁତ କିଛି ଶିଖିଛନ୍ତି। ଆଉ ସେହି ତ୍ରୁଟିକୁ ତାଙ୍କ ଦଳ ଫାଇନାଲରେ ଦୋହରାଇବାକୁ ଚାହିଁବେ ନାହିଁ।ସାଣ୍ଟନରଙ୍କ କହିବା କଥା ହୋଇପାରେ ଭାରତ ଏହି ମ୍ୟାଚରେ ପ୍ରବଳ ଦାବିଦାର, ମାତ୍ର ନ୍ୟୁଜିଲାଣ୍ଡକୁ ‘ଅଣ୍ଡରଡଗ’ କହିବାରେ କୌଣସି ସମସ୍ୟା ନାହିଁ।