ପୁଅ ଅକାୟଙ୍କ ଜନ୍ମ ପରେ ପ୍ରଥମ ଥର ସ୍ପଟ୍ ହେଲେ ଅନୁଷ୍କା, ସ୍ଵାମୀ ବିରାଟ୍‌ଙ୍କୁ ଷ୍ଟାଡିୟମ୍‌ରେ କଲେ ଚିୟର

Published By : Prameya-News7 Bureau | May 05, 2024 IST

ମୁମ୍ଵାଇ ୦୫।୦୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ବର୍ତ୍ତମାନ ସେ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି। ଏହି ଅଭିନେତ୍ରୀ ଫେବୃଆରୀରେ ତାଙ୍କର ଦ୍ୱିତୀୟ ସନ୍ତାନ ଆକାୟଙ୍କୁ ସ୍ୱାଗତ କରିଥିଲେ। ଏଭଳି ପରିସ୍ଥିତିରେ ଅଭିନେତ୍ରୀ ଦୀର୍ଘ ସମୟ ଧରି ଗଣମାଧ୍ୟମରୁ ଦୂରରେ ଥିଲେ। ନା ତାଙ୍କୁ କୌଣସି ଇଭେଣ୍ଟେ କିମ୍ଵା ସର୍ବସ୍ଥାନରେ ଦେଖିବାକୁ ମିଳିନଥିଲା । କିନ୍ତୁ ନିକଟରେ ଅନୁଷ୍କା ଷ୍ଟାଡିୟମରେ ସ୍ୱାମୀ ବିରାଟ କୋହଲିଙ୍କ ଦଳ ଆରସିବିକୁ ଚିଅର କରୁଥିବା ଦେଖିବାକୁ ମିଳିଥିଲା।


ଶୁକ୍ରବାର ଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ପୁଅ ଅକାୟଙ୍କ ଜନ୍ମ ପରେ ଏହା ଅଭିନେତ୍ରୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଥିଲେ। ହାଲୁକା ନୀଳ ରଙ୍ଗର ସାର୍ଟ ସହ ଖୋଲା କେଶରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସମୟ ମଧ୍ୟରେ ସେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ଆଇପିଏଲ ଦଳ ଆରସିବିକୁ ଚିଅର କରୁଥିବା ବେଳେ କ୍ୟାମେରାରେ କ୍ୟାପଚର ହୋଇଥିଲେ। ବର୍ତ୍ତମାନ ଅନୁଷ୍କାଙ୍କ ଷ୍ଟାଡିୟମରୁ ଆସିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କହିବାକୁ ଗଲେ ଯେ ଫେବୃଆରୀ ୧୫, ୨୦୨୪ରେ ଅନୁଷ୍କା ଶର୍ମା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଫେବୃଆରୀ ୨୦ରେ ଏକ ପୋଷ୍ଟରେ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଥିଲେ।  ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଖୁସି ହୋଇଯାଇଥିଲେ । ହେଲେ ଉଭୟ ଏପର୍ଯ୍ୟନ୍ତ ଦୁଇ ପିଲାଙ୍କ ଫଟୋ ଦେଖାଇ ନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.