Mahashivratri : ଜାଗରରେ ମହାଦେବଙ୍କୁ ଏସବୁ ଅର୍ପଣ କରନ୍ତୁ; ବଢ଼ିବ ସୁଖ ଓ ଶାନ୍ତି, ସୁଦୃଢ଼ ହେବ ଆର୍ଥିକ ସ୍ଥିତି

NEWS7
low-rain-occure-in-odisha-dist

ଭୁବନେଶ୍ୱର: ଶିବ ଭକ୍ତଙ୍କ ଲାଗି ମହାଶିବରାତ୍ରି ବେଶ ଗୁରୁତ୍ୱପୂର୍ଣ୍ଣ ଦିନଟିଏ। ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ପ୍ରାୟତଃ ସଭିଏଁ ଉପବାସ କରି ଜାଗର ପାଳିଥାନ୍ତି ।ହିନ୍ଦୁ ପରମ୍ପରାରେ ଫାଲଗୁନ ମାସରେ ପଡ଼େ ମହାଶିବରାତ୍ରି । ପଞ୍ଚାଙ୍ଗ ଅନୁସାରେ ପ୍ରତିବର୍ଷ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପବିତ୍ର ଶିବରାତ୍ରି ପାଳନ କରାଯାଏ । ମାନ୍ୟତା ରହିଛି କି ଏହି ଶୁଭ ସମୟରେ ଦେବାଧିଦେବ ମହାଦେବ ଧରାପୃଷ୍ଠରେ ପ୍ରକଟ ହୋଇଥିଲେ । କିଛି ପୌରାଣିକ ମାନ୍ୟତା ଅନୁସାରେ ହିମାଳୟ ପୁତ୍ରୀ ମାତା ପାର୍ବତୀଙ୍କର ଏହି ଦିନ ଶିବଶମ୍ଭୁଙ୍କ ସହ ବିବାହ ସ୍ଥିର ହୋଇଥିଲା । ଏହି ଦିନ ମହାଦେବଙ୍କ ଉପାସନା କଲେ ଜୀବନରେ ସବୁ ସୁଖ,ସମୃଦ୍ଧି,ବୈଭବ ପ୍ରାପ୍ତ କରିପାରେ ବୋଲି ବିଶ୍ବାସ ରହିଛି । ଶିବରାତ୍ରି ଦିନ ବ୍ରତ, ଉପବାସ ମନ୍ତ୍ର ଜପ ଏବଂ ରାତ୍ରି ଜାଗରଣ କରିବାର ବିଶେଷ ମହତ୍ତ୍ବ ରହିଛି । ତେବେ ଚଳିତ ଥର ଶିବରାତ୍ରୀ ୧୫ ଫେବୃଆରୀରେ ପଡୁଛି । ଏହି ବିଶେଷ ଦିନରେ ଶିବଲିଙ୍ଗରେ ବିଶେଷ ସାମଗ୍ରୀ ଅର୍ପଣ କରିବା କେବଳ ଏକ ପରମ୍ପରା ନୁହେଁ ବରଂ ଏହା ପ୍ରଦାନ କରିଥାଏ ଆଧ୍ୟାତ୍ମିକ ଏବଂ ଧାର୍ମିକ ଲାଭ ରହିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ 

ମହାଶିବରାତ୍ରିରେ ଶିବଲିଙ୍ଗରେ ଗୋଟା ମୁଗ ଅର୍ପଣ କରନ୍ତୁ । ମୁଗ ଡାଲି ଅର୍ପଣ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଏ । ଏହା ପାପର ବିନାଶ ଏବଂ ମୋକ୍ଷ ପ୍ରାପ୍ତିରେ ମଧ୍ୟ ସାହାଯ୍ୟ କରେ । ଶିବଲିଙ୍ଗରେ ମୁଗ ଡାଲି ଅର୍ପଣ କରିବା ଦ୍ୱାରା ବିଶ୍ୱାସ ଦୃଢ଼ ହେବା ସହ ଭଗବାନ୍ ଶିବଙ୍କ ଆଶୀର୍ବାଦ ମିଳିଥାଏ । ଏହା ମନକୁ ଶାନ୍ତ କରିବା ସହିତ ଜୀବନରେ ସକାରାତ୍ମକ ଶକ୍ତି ମଧ୍ୟ ଆଣିଥାଏ । ଶିବ ମହାପୁରାଣରେ ବର୍ଣ୍ଣନା ଅଛି ଯେ, ଏକ ଲକ୍ଷ ଗୋଟା ମୁଗ ଅର୍ପଣ କରିବା ଦ୍ୱାରା ମହାଦେବ ସୁଖ ପ୍ରଦାନ କରଥାନ୍ତି । ଏହି ଦିନ ହଳଦିଆ ସୋରିଷରେ ଶିବ ପୂଜା ଅତ୍ୟନ୍ତ ଫଳଦାୟୀ । ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ବାୟୁମଣ୍ଡଳ ଶୁଦ୍ଧ ହୁଏ ଏବଂ ସକାରାତ୍ମକ ଶକ୍ତି ବଜାୟ ରହେ । କୁଦୃଷ୍ଟିକୁ ଦୂର କରିବା, ଶତ୍ରୁ ବିନାଶ, ବୃହସ୍ପତି ଗ୍ରହର କୁପ୍ରଭାବକୁ ଦୂର କରିବା ସହ ଆର୍ଥିକ ସମୃଦ୍ଧିର ସମ୍ଭାବନା ବଢ଼ିଥାଏ । ଏକ ଲକ୍ଷ ସୋରିଷ ଅର୍ପଣ କରିବା ଦ୍ୱାରା ଦେବଦେବ ମହାଦେବ ପ୍ରସନ୍ନ ହୁଅନ୍ତି । ସୋରିଷ ସହିତ ଚାଉଳ ଅର୍ପଣ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

Also Read- ସୂର୍ଯ୍ୟ ପରାଗ ୨୦୨୬: ଏହି ୫ ରାଶି ଉପରେ ମାସେ ଯାଏ ରହିବ ପରାଗର ପ୍ରଭାବ