LIVE TV

ଆମେ ଯଦି ଆମର ଡାକ୍ତରଙ୍କ ଯତ୍ନ ନନେବା ସମାଜ ଆମକୁ କ୍ଷମା କରିବ ନାହିଁ : ସୁପ୍ରିମକୋର୍ଟ

NEWS7
low-rain-occure-in-odisha-dist

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଘରୋଇ କ୍ଲିନିକ୍, ଡିସପେନସାରୀ ଓ ଅଣ-ସୀକୃତିପ୍ରାପ୍ତ ହସ୍ପିଟାଲରେ କୋଭିଡ୍‌-୧୯ରେ ଜୀବନ ହରାଇ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମା ପଲିସିରୁ ବାଦ୍‌ କରାଯିବା ବିରୋଧରେ ଦାଖଲ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। କିନ୍ତୁ କୋର୍ଟଙ୍କ ମତ ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ, ସେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ପଲିସିରେ ସାମିଲ ନକରିବା ବିରୋଧରେ। ବେଞ୍ଚ ମଙ୍ଗଳବାର କହିଛନ୍ତି ଯେ, ଯଦି ନ୍ୟାୟପାଳିକା ଚିକିତ୍ସକଙ୍କର ଧ୍ୟାନ ନରଖେ ଏବଂ ତାଙ୍କ ପାଇଁ ଠିଆ ନହୁଏ ତ ସମାଜ ତାଙ୍କୁ କ୍ଷମା କରିବ ନାହିଁ।

ବିଚାରପତି ପିଏସ ନରସିଂହ ଓ ବିଚାରପତି ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ ସରକାରଙ୍କୁ ଏହା ସୁନିଶ୍ଚିତ କରିବା ଉଚିତ୍‌ ଯେ ,ବୀମା କମ୍ପାନୀମାନେ ବୈଧ ଦାବି ଗୁଡ଼ିକର ସମାଧାନ କରନ୍ତୁ ଏବଂ ଏହି ଧାରଣା ସଠିକ୍‌ ନୁହେଁ ଯେ, ଘରୋଇ ଚିକିତ୍ସକ ଲାଭ କରିବା ପାଇଁ କାମ କରୁଛନ୍ତି। ଖଣ୍ଡପୀଠ କହିଛନ୍ତି , ଯଦି ଆମେ ନିଜର ଚିକିତ୍ସକଙ୍କ ଧ୍ୟାନ ରଖିବା ନାହିଁ ଏବଂ ତାଙ୍କ ପାଇଁ ଠିଆ ହେବା ନାହିଁ ତ ସମାଜ ଆମକୁ କ୍ଷମା କରିବ ନାହିଁ ।  କୋର୍ଟ କହିଛନ୍ତି , ଯଦି ଆପଣଙ୍କ ଅନୁସାରେ ଏହି ସର୍ତ୍ତ ପୂରା ହୁଏ ଯେ,ସେ କୋଭିଡ-୧୯ରୁ ବର୍ତ୍ତିବା ପାଇଁ କାମ କରୁଥିଲେ ଏବଂ କୋଭିଡ୍‌ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତ ଆପଣଙ୍କୁ ବୀମା କମ୍ପାନୀକୁ ଦେୟ ଦେବାକୁ ବାଧ୍ୟ କରିବା ଉଚିତ୍‌। କେବଳ ଏଥିପାଇଁ ଯେ ସେ ସରକାରୀ ଡ୍ୟୁଟିରେ ନଥିଲେ , ଏହି ଧାରଣା ଠିକ୍ ନୁହେଁ ଯେ, ସେ ଲାଭ ପାଉଥିଲେ।

ପ୍ରଧାନମନ୍ତ୍ରୀ ବୀମା ଯୋଜନା ବ୍ୟତୀତ ଉପଲବ୍ଧ ସମାନ କିମ୍ବା ସମାନ୍ତରାଳ ଯୋଜନା ବିଷୟରେ ପ୍ରାସଙ୍ଗିକ ତଥ୍ୟ ସୂଚନା ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ କହିଥିଲେ,ପ୍ରଧାନମନ୍ତ୍ରୀ ଯୋଜନା ବ୍ୟତୀତ ଉପଲବ୍ଧ ସମାନ୍ତରାଳ ଯୋଜନା ବିଷୟରେ ଆମକୁ ତଥ୍ୟ ଏବଂ କିଛି ସୂଚନା ଦିଅନ୍ତୁ। ଆମେ ନୀତି ସ୍ଥିର କରିବୁ ଏବଂ ଏହା ଆଧାରରେ, ବୀମା କମ୍ପାନୀ ଠାରୁ ଦାବି କରାଯାଇ ପାରିବ। ବୀମା କମ୍ପାନୀକୁ ଆମର ନିଷ୍ପତ୍ତି ଆଧାରରେ ବିଚାର କରି ନିର୍ଦ୍ଦେଶ ପାରିତ କରିବାକୁ ହେବ। ଶୀର୍ଷ କୋର୍ଟ ୯ମାର୍ଚ୍ଚ, ୨୦୨୧ରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ପ୍ରଦୀପ ଆରୋରା ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରୁଥିଲେ।

ବମ୍ୱେ ହାଇକୋର୍ଟ ନିଜର ନିଷ୍ପତ୍ତିରେ କହିଥିଲେ ଯେ, ଘରୋଇ ହସ୍ପିଟାଲର କର୍ମଚାରୀ ବୀମା ଯୋଜନା ଅନୁସାରେ ଲାଭ ପ୍ରାପ୍ତ କରିବାକୁ ହକଦାର ନୁହଁନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କର ସେବା ଗୁଡ଼ିକର ଦାବି କରା ନଯାଇଛି।କିରଣ ଭାସ୍କର ସୁରଗଡେ ନାମକ ମହିଳା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ ,ଯାହାଙ୍କ ସ୍ୱାମୀ –ଯିଏ ଠାଣେରେ ଏକ ଘରୋଇ କ୍ଲିନିକ୍‌ ଚଲାଉ ଥିଲେ ,ତାଙ୍କର ୨୦୨୦ରେ କରୋନା ଭାଇରସରେ ମୃତ୍ୟୁ ହୋଇଥିଲା। ବୀମା କମ୍ପାନୀ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ୍‌ ଅନୁସାରେ କିରଣଙ୍କ ଦାବିକୁ ଏହି ଆଧାରରେ ଖାରଜ କରିଦେଇ ଥିଲେ ଯେ , ତାଙ୍କ ସ୍ୱାମୀ ଙ୍କ କ୍ଲିନିକ୍‌କୁ କୋଭିଡ-୧୯ ହସ୍ପିଟାଲ ଭାବେ ମାନ୍ୟତା ଦିଆଯାଇ ନଥିଲା।