ଅପରେସନ ସିନ୍ଦୂର ପରେ ଆହୁରି ମଜଭୁତ ହେବ ଏୟାର ସର୍ଭିଲାନ୍ସ, ହେବାକୁ ଯାଉଛି ୭୨୫କୋଟିର ଡିଲ

NEWS7
love-sex-dhoka-2

ନୂଆଦିଲ୍ଲୀ ୭।୨: ‘ଅପରେସନ ସିନ୍ଦୂର’ ପରେ ସରକାର ଭାରତୀୟ ସେନାର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ମଜଭୁତ କରିବାକୁ ଜୋର ଦେଉଛନ୍ତି। ଏଥିପାଇଁ ୨୦୨୬-୨୭ କେନ୍ଦ୍ର ବଜେଟ୍ ରେ ଡିଫେନ୍ସ ସେକ୍ଟର ନିମନ୍ତେ ୭.୮୫ଲକ୍ଷ କୋଟି ଟଙ୍କା ଆଲଟ କରିଛନ୍ତି। ଏଥିରୁ ଭାରତୀୟ ସେନାର ଆଧୁନିକରଣ ଲାଗି ୨.୧୯ଲକ୍ଷ କୋଟି, ବିମାନ ଓ ଏରୋ ଇଞ୍ଜିନ ନିମନ୍ତେ ୬୩,୭୩୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କ୍ରମରେ ସେନା ନିଜର ଏୟାରସର୍ଭିଲାନ୍ସ ଓ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତି ଦ୍ରୁତ କରିଛି। ୩୦ ଲୋ ଲେବୁଲ ହାଲୁକା ରାଡାର କ୍ରୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟର ରିକ୍ୱେଷ୍ଟ ଫର ପ୍ରୋପଜାଲ (ଆରଏଫପି) ଜାରି କରିବା ଏହି କଥାର ପ୍ରମାଣ ଦେଉଛି।

ଏହି ଡିଲ ପାଖାପାଖି ୭୨୫ କୋଟି ଟଙ୍କାରେ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଜରୁରି ଅପରେସନାଲ ଆବଶ୍ୟକତା ପୂରଣ କରିବା ପାଇଁ ରାଡାର ଫାଷ୍ଟଟ୍ରାକ୍ ପ୍ରୋକ୍ୟୋରମେଣ୍ଟ (ଏଫଟିପି) ରୁଟରେ କ୍ରୟ କରାଯିବ। ଅଧିକାରୀଙ୍କ କହିବା କଥା ହେଉଛି ଅପରେସନ ସିନ୍ଦୂର କାଳରେ ଥିବା ଅଭାବ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଅପରେସନ ସିନ୍ଦୂର କାଳରେ ଭାରତୀୟ ସେନାର ରାଡାର ସିଷ୍ଟମ ଶତ୍ରୁଙ୍କ ଯୋଜନାକୁ ପଣ୍ଡ କରିଦେଇଥିଲା।

ନୂଆ ରାଡାରଗୁଡିକୁ ପାହାଡ, ଉଚ୍ଚା ସ୍ଥାନ, ସମତଳ ଅଞ୍ଚଳ, ଅର୍ଦ୍ଧ ମରୁଭୂମି, ମରୁଭୂମି ସହିତ ଉପକୂଳ ଅଞ୍ଚଳରେ ମୁତୟନ କରାଯିବ। ଏଗୁଡିକ ଅଲଗା ଅଲଗା ଅପରେସନ ଥିଏଟରରେ ମୁତୟନ ଲାଗି ଜରୁରି ହେବ। ଏଣୁ ଆକାଶୀୟ ବିପଦ ମୁକାବିଲା ନିମନ୍ତେ ଓ ତା ଉପରେ ପ୍ରତିକ୍ରିୟା ଦେବା ପାଇଁ ସେନାର କ୍ଷମତା ବଢିବ। ଏହା ଦ୍ୱାରା ଶତ୍ରୁ ବିମାନ, ଡ୍ରୋନ ଓ ମିଜାଇଲ ଚିହ୍ନଟ କରିବା ବେଶ୍ ସହଜ ହେବ। ଏଥିରେ ରିକ୍ୱେଷ୍ଟ ଫର ପ୍ରପୋଜାଲ (ଆରଏଫପି) ଭାରତରେ ଡିଫେନ୍ସ ସେକ୍ଟର ନିମନ୍ତେ କୌଣସି ପ୍ରକାର କ୍ରୟ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ପ୍ରକ୍ରିୟା।

ଏହା ବି ପଢନ୍ତୁ :-ଚାନ୍ଦିପୁରରୁ ଅଗ୍ନି-୩ ମିସାଇଲ୍ର ସଫଳ ପରୀକ୍ଷଣ, ଶତ୍ରୁ ସାବଧାନ