ଦିନ ୧୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୩୪.୫୪% ମତଦାନ; ଦ୍ବିତୀୟ ସ୍ଥାନରେ ରହଛି ପଶ୍ଚିମବଙ୍ଗ

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରରେ ଚାଲିଛି ମହାପର୍ବ । ପ୍ରଥମ ପର୍ଯ୍ୟାୟର ମୋଟ୍ ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନରେ ଚାଲିଛି ମତଦାନ । ମୋଟ୍ ସଂସଦୀୟ କ୍ଷେତ୍ରର ୧୯ ପ୍ରତିଶତ ସିଟରେ ଭୋଟିଂ ଜାରି ରହିଛି । ସେହିପରି ଅରୁଣାଚଳ ଏବଂ  ସିକ୍କିମ୍‌ର ୯୨ଟି ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । 

ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ, ସାରା ଦେଶରେ କାଁ ଭାଁ ହିଂସାକୁ ଛାଡ଼ି ଦେଲେ ବାକି ସମସ୍ତ ସ୍ଥାନରେ ସୁରୁଖୁରରେ ଭୋଟିଂ ଚାଲିଛି । ଦିନ ୧୧ଟା ସୁଦ୍ଧା ଆଣ୍ଡାମାନ ନିକୋବରରେ ୨୧.୮୨ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଜାମ୍ମୁ କାଶ୍ମୀରରେ ୨୨.୬୦ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଲାକ୍ଷାଦ୍ଵୀପରେ ୧୬.୩୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ପୁଡୁଚେରୀରେ ୨୮.୧୦% ମତଦାନ ହୋଇଛି । 

ରାଜ୍ୟ ମାନଙ୍କ ଉପରେ ନଜର ପକାଇଲେ, ଦିନ ୧୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୩୪.୫୪ ପ୍ରତିଶତ  ମତଦାନ ହୋଇଛି । ଏହା ପଛକୁ ରହିଛି ପଶ୍ଚିମବଙ୍ଗ । ଏଠାରେ ୩୩.୫୬% ଭୋଟିଂ ହୋଇଛି । ସେହିପରି ଅରୁଣାଚଳ ପ୍ରଦେଶରେ ୧୮.୭୪ ପ୍ରତିଶତ ମତଦାନ ହୋଇଛି । ସେହିପରି ଆସାମରେ ୨୭.୨୨%  ଭୋଟର ଭୋଟ୍ ମତ ସାବ୍ୟସ୍ତ କରିଛନ୍ତି । ବିହାରରେ ୨୦.୪୨%, ଛତିଶଗଡ଼ରେ ୨୮.୧୨%, ମଧ୍ୟପ୍ରଦେଶରେ ୩୦.୪୬%, ମହାରାଷ୍ଟ୍ରରେ ୧୯.୧୭%, ମଣିପୁରରେ ୨୮.୧୯%, ମେଘାଳୟରେ ୩୨.୬୧%, ମିଜୋରାମରେ ୨୬.୫୬%, ନାଗାଲାଣ୍ଡରେ ୨୨.୮୨%, ରାଜସ୍ଥାନରେ ୨୨.୫୧%, ସିକ୍କିମରେ ୨୧.୨୦%, ତାମିଲନାଡୁରେ ୨୩.୭୨%, ଉତ୍ତରପ୍ରଦେଶରେ ୨୫.୨୦%, ଉତ୍ତରାଖଣ୍ଡରେ ୨୪.୮୩% ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.