LIVE TV

ପାକିସ୍ତାନରେ ବଜ୍ରପାତ: ମହିଳା ଓ ଶିଶୁଙ୍କ ସମେତ ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ

NEWS7

ନୂଆଦିଲ୍ଲୀ ୧୨/୦୯ : ପାକିସ୍ତାନର ଉତ୍ତର-ପଶ୍ଚିମରେ ଅବସ୍ଥିତ ଏକ ଗାଁରେ ବଜ୍ରପାତ ହୋଇଛି। ରବିବାର ଦିନ ତୋରଘର ଗାଁରେ ୩ଟି ଘର ଉପରେ ବଜ୍ରପାତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ରବିବାର ସକାଳ ଯାଏଁ ଜାରି ରହିଥିଲା। ଫଳରେ ତୋରଘର ଗାଁରେ ୩ଟି ଘର କ୍ଷତିଗ୍ରସ୍ତ ହୋଇଛି। ହଜାରା ଡିଭିଜନ ଅନ୍ତର୍ଗତ ପାହାଡିଆ ଜିଲ୍ଲାରେ ସାଧାରଣତଃ ବର୍ଷା ଋତୁରେ ଭୂସ୍ଖଳନ ଓ ବର୍ଷା ସମ୍ବନ୍ଧୀୟ ଦୁର୍ଘଟଣାର ବିପଦ ରହିଥାଏ।

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଟିମ ଭଙ୍ଗ ଘର ତଳୁ ଶବ ଉଦ୍ଧାର କରିଛନ୍ତି ଓ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଅଧିକାରୀ କହିଛନ୍ତି, ୧୪ଜଣ ମହିଳାକା ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଖେବର ପାଖ୍ଟନଖୱା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରଭାବିତ ଗାଁକୁ ରିଲିଫ ସାମଗ୍ରୀ ଓ ଉଦ୍ଧାରକାରୀ ଟିମ ପଠାଇଛି। କିନ୍ତୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଖେବର ପାଖ୍ଟନଖୱା, ପଞ୍ଜାବ, ଇସ୍ଲାମଵାଦ ଓ ପୂର୍ବ ବଲୁଚିସ୍ତାନ ପାଇଁ ବର୍ଷା ଆଲର୍ଟ ଜାରି କରିଛନ୍ତି।