କ୍ୟାଲେଣ୍ଡର ତ୍ରୁଟି ବିବାଦ, ମୁଖ୍ୟ ପ୍ରଶାସକ କହିଲେ ଏକା ଏକ ତାଳପତ୍ର ଚିତ୍ର...

NEWS7
launch-of-dairy-sahakar-scheme-for-cooperatives-with-financial-outlay-of-rs-5000-crore

ପୁରୀ ୩୧।୧୨ : ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶିତ କ୍ୟାଲେଣ୍ଡର ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଏହା ଏକ ତାଳପତ୍ର ଚିତ୍ର । ଯାହାକି ୩୦୦/୪୦୦ ବର୍ଷ ପୁରାତନ। ଶିଳ୍ପୀଙ୍କ ଦ୍ଵାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି। ଏ ଚିତ୍ରଟି ଶିଳ୍ପୀର କ୍ରିଏଟିଭିଟି ବୋଲି ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ପ୍ରଶାସକ। ଛପା ଯାଇଥିବା କ୍ୟାଲେଣ୍ଡରକୁ ପୁନଃ ପ୍ରକାଶିତ କରାଯିବ ନା ନାହିଁ ସେ ସମ୍ପର୍କରେ କୌଣସି ଉତ୍ତର ରଖି ନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।