‘ଇନ୍‌ପୁଟ ସବ୍‌ସିଡି’ କଳି : ବିଜେଡି କହିଲା- ୬୯ ଟଙ୍କାରୁ ବଞ୍ଚିତ ଚାଷୀ, ବିରୋଧୀ କେବଳ ରାଜନୀତି କରୁଛନ୍ତି କହିଲେ ବାବୁ ସିଂ

NEWS7
lalkrishna-advani-murli-manohar-joshi-and-uma-bharti-will-have-to-appear-in-person-to-record-statement-in-babri-case

ଭୁବନେଶ୍ବର ୧୮।୨: ଇନପୁଟ ସହାୟତାକୁ ନେଇ ମୁହାଁମୁହିଁ ସରକାର ଓ ବିରୋଧୀ । ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ୮ ଶହ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ସରକାର । ଘୋଷଣା କରିଥିଲେ ୮ ଶହ ଟଙ୍କା ଇନ୍ପୁଟ ସହାୟତା ରାଶି ଦେବେ । କିନ୍ତୁ ୭୩୧ ଟଙ୍କା ଦେଉଛନ୍ତି । କାହିଁକି ଚାଷୀଙ୍କୁ ୬୯ ଟଙ୍କାରୁ ବଞ୍ଚିତ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ସେଥିପାଇଁ ଚାଷୀ ଆନ୍ଦୋଳନ ତେଜୁଛି । ଆମେ ବିଧାନସଭାରେ ପ୍ରତିବାଦ କରୁଛୁ ବୋଲି କହିଲା ବିଜେଡ଼ି ।

ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଯିଏ ଶହେ ଟଙ୍କା ଘୋଷଣା କରି ଦେଇନଥିଲେ, ସେମାନେ କେଉଁ ମୁହଁରେ ୮ ଶହ ଟଙ୍କା କଥା କହୁଛନ୍ତି । ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ । ଚାଷୀ ଖୁସି ଅଛନ୍ତି । ବିରୋଧୀ କେବଳ ରାଜନୀତି କରୁଛନ୍ତି କହିଲେ ବାବୁ ସିଂ ।