LIVE TV

ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍, ଇଶାନଙ୍କ ଦମଦାର ଶତକ; ପ୍ରଥମ ଦିନରେ ଚମକିଲେ ଶାମି

NEWS7
lady-constable-misbehaved-by-colleagues

ନୂଆଦିଲ୍ଲୀ: ଆଜିଠୁ ରଣଜୀ ଟ୍ରଫି ୨୦୨୫-୨୬ ସିଜିନର ମ୍ୟାଚ୍ ଆରମ୍ଭ ହୋଇ ଯାଇଛି। ପ୍ରଥମ ଦିନର ଖେଳ ଅଧିକାଂଶ ଦଳର ବ୍ୟାଟରଙ୍କ ପାଇଁ ଥିଲା କଷ୍ଟକର। ମାତ୍ର ଇଶାନ କିଶନ  ଦମଦାର ଶତକ ହାସଲ କରିଥିବା ବେଳେ ଦେବଦତ୍ତ ପାଡିକଲ ମାତ୍ର ୪ ରନରୁ ଶତକରୁ ବଞ୍ଚିତ ହୋଇଛନ୍ତି। ଇଂଲଣ୍ଡ ଗସ୍ତରେ ବିଫଳ ହୋଇଥିବା କରୁଣ ନାୟର ୭୩ ରନର ଇନିଂସ ଖେଳିଛନ୍ତି। ଏସବୁ ମଧ୍ୟରେ ସଭିଙ୍କ ନଜର ଥିଲା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଚଳିତ ସିଜିନ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ବିହାର ଦଳର ଉପଅଧିନାୟକ କରାଯାଇଥିଲା। ହେଲେ ସିଜିନର ପ୍ରଥମ ମ୍ୟାଚରେ ସେ ମାତ୍ର ୧୪ ରନ କରି ଆଉଟ୍ ହୋଇଛନ୍ତି। ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଚମକିଛନ୍ତି।

ବିହାରର ବୋଲର ଘାତକ ବୋଲିଂ କରି ପ୍ରଥମ ଇନିଂସରେ ଅରୁଣାଚଳ ପ୍ରଦେଶକୁ ମାତ୍ର ୧୦୫ ରନରେ ଅଲଆଉଟ୍ କରିଥିଲେ। ବିହାର ପାଇଁ ସାକିବ୍ ହୁସେନ୍ ଛଅଟି ୱିକେଟ ନେଇଥିଲେ। ବିହାର ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଅର୍ଣ୍ଣବ କିଶୋର ଇନିଂସ ଓପନ କରିଥିଲେ। ବୈଭବ ଆରମ୍ଭରୁ ଏମିତି ବ୍ୟାଟିଂ କରିଥିଲେ, ଲାଗୁଥିଲା ସେ ଏକ T20 ମ୍ୟାଚ୍ ଖେଳୁଛନ୍ତି। ସେ ୟାବ୍ ନିଆଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହେବା ପୂର୍ବରୁ ମାତ୍ର ଚାରି ବଲରେ ୧୪ ରନ୍ କରିଥିଲେ।

ସୂର୍ଯ୍ୟବଂଶୀ ଶୀଘ୍ର ଆଉଟ୍ ହୋଇଥିଲେ ମଧ୍ୟ, ବିହାର ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଅର୍ଣ୍ଣବ କିଶୋର ୫୨ ରନ କରିଥିବା ବେଳେ ଆୟୁଷ ଲୋହାରୁକା ୧୫୫ରନ କରି ବ୍ୟାଟିଂ କରୁଛନ୍ତି। ଅଧିନାୟକ ସାକିବୁଲ ଗନି ୫୬ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ବିହାର ଦୁଇ ୱିକେଟ୍ ହରାଇ ୨୮୩ ରନ କରିଥିଲା। ଦଳ ୧୭୮ ରନ ଅଗ୍ରଣୀ ହାସଲ କରି ନେଇଛି। 

ଇଶାନ କିଶାନଙ୍କ ଶତକ

ଝାଖଣ୍ଡ ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ  ଦମଦାର ବ୍ୟାଟିଂ କରିଛି। ଝାଡ଼ଖଣ୍ଡ ପ୍ରଥମ ଦିନରେ ଛଅ ୱିକେଟ୍ ହରାଇ ୩୦୭ ରନ କରିଛି। ଝାଡ଼ଖଣ୍ଡ ଛଅ ୱିକେଟ୍ ହରାଇ ୧୫୭ ରନ କରିଥିବା ବେଳେ ଇଶାନ କିଶନ ଶତକୀୟ ଇନିଂସ ଖେଳି ୧୨୫ ରନ୍ କରି ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। ସେ କ୍ରିଜ୍‌ରେ ଅପରାଜିତ ଅଛନ୍ତି।

ମହମ୍ମଦ ଶାମି ମଧ୍ୟ ପଶ୍ଚିମବଙ୍ଗ ପାଇଁ ଖେଳୁଛନ୍ତି। ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୪.୫ ଓଭରରେ ୩୭ ରନ ଦେଇ ୱିକେଟ୍ ନେଇଛନ୍ତି।  ଉଲ୍ଲେଖନୀୟ ଯେ ଶାମି ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଭାରତୀୟ ଦଳରୁ ବାହାରେ ଅଛନ୍ତି। ହେଲେ ସେ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ​​​​​​​