LIVE TV

ସବୁ ଜିଲ୍ଲାରେ ପିଇବା ପାଣି ମହଜୁଦ ରଖିବାକୁ ନିର୍ଦ୍ଦେଶ, ପାଣିଜନିତ ସମସ୍ୟା ଆସିଲେ ମୁକାବିଲା ପାଇଁ ଟିମ୍ ପ୍ରସ୍ତୁତ

NEWS7
jayant-mohanty-issued-legal-notice-to-bjp-leader-dama-rout-for-anti-propaganda-against-him-during-patkura-election

ଭୁବନେଶ୍ବର ୧୦: ବାତ୍ୟା ମୋନ୍ଥାର ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ପ୍ରବଳ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଏହି ସମୟରେ ପାଣି ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପାଇଁ ପିଇବା ପାଣି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ହସ୍ପିଟାଲରେ ଯଥେଷ୍ଟ ପିଇବା ପାଣି ରଖିବା ପାଇଁ କୁହାଯାଇଛି । ହସ୍ପିଟାଲରେ ଆଶ୍ୟକତା ଅନୁଯାୟୀ ପିଇବା ପାଣି ରହିଛି । ଯଦି ପାଣିଜନିତ ସମସ୍ୟା ଆସେ ଏହାର ମୁକାବିଲା ପାଇଁ ଆମ ଟିମ୍ ପ୍ରସ୍ତୁତ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏହା ବ୍ୟତୀତ ବିଶୁଦ୍ଧ ପାଣି ପିଇବା ପାଇଁ ଜନସାଧାରଣ ସମସ୍ତଙ୍କୁ କୁହାଯାଇଛି । ଯଦି ଝାଡ଼ାବାନ୍ତି ହୁଏ ତେବେ ଏଥିପାଇଁ ଆଣ୍ଟି ଡାଇରିଆ ଔଷଧ ମହଜୁଦ ରହିଛି । ଆମ ଟିମ୍ ସବୁଠି ସଜାଗ ଅଛନ୍ତି । ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ସବୁ ବ୍ୟବସ୍ଥା ରହିଛି । ହାଲୋଜିନ୍ ବଟିକା, ଆବଶ୍ୟକଡ଼ିଲେ ପାଣିକୁ ଷ୍ଟେରେଲାଇଜ କରିବା ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।