ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ୍ : ଧରାପଡ଼ିଲେ ୪ ଓ ଖସିଗଲେ ୨ ଅପରାଧୀ, କିଲୋରୁ ଅଧିକ ସୁନା-ରୂପା ଜବତ

NEWS7
jagatsinghpur-collector-70-workers-from-nuapadha-district-home

ଭଦ୍ରକ ୨।୩: ହତ୍ୟାକାଣ୍ଡ ଭଳି ମାମଲା ସଂପୃକ୍ତ ଥିଲେ । ଝରକା ତାଡି ଲୁଟ୍ ବି କରିଥିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବୟସ୍କ ବ୍ୟକ୍ତିଙ୍କୁ କରୁଥିଲେ ଟାର୍ଗେଟ୍ । ଏଭଳି କିଛି ଅପରାଧ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ବେଳେ ଧରାପଡ଼ିଲେ ୪ ଅପରାଧୀ ଓ ଖସିଗଲେ ୨ ଅପରାଧୀ । ଧରାପଡିଥିବା ଅପରାଧୀଙ୍କ ନିକଟରୁ କିଲେରୁ ଅଧିକ ସୁନା ସହ ୪ କିଲୋ ରୂପା ଅଳଙ୍କାର ଜବତ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରର ୧୫ରୁ ଅଧିକ ଗାଡ଼ିର ନକଲି ନମ୍ୱର୍ ପ୍ଲେଟ୍ ମଧ୍ୟ ଜବତ ହୋଇଛି ।

ଏ ଖବର ବି ପଢ଼ନ୍ତୁ:- ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନ ମୋଡ୍‌ରେ ପୋଲିସ

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଦିନ ହେବ ଝରକା ତାଡି ଲୁଟ୍ ହେଉଥିବା ଘଟଣାମାନ ସାମ୍ନାକୁ ଆସିଥିଲା  । ଥାନାରେ ଅଭିଯୋଗ ପରେ ଭଦ୍ରକ ଏସ୍‌ପି ସହରାଞ୍ଚଳ ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ । ଏଭଳି ଚୋରିର ତରିକାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସ୍ବତନ୍ତ୍ର ଟିମ୍ । ତଦନ୍ତ ବେଳେ ଏହି ଟିମ୍ କେନ୍ଦ୍ରାପଡ଼ା ଅଞ୍ଚଳରୁ ୪ ଜଣ ଅପରାଧୀଙ୍କୁ ଗିରଫ କରିଥିଲା । ଅନ୍ୟ ୨ ଜଣ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତ ମାନେ ଚୋରି ସହ ହତ୍ୟା ଓ ଡକାୟତି ମାମଲାରେ ସାମିଲ ଥିବାବେଳେ ସମସ୍ତ ଅଭିଯୁକ୍ତଙ୍କ ନାମରେ ରାଜ୍ୟରେ ୧୫ରୁ ଅଧିକ ଲେଖାଏଁ ମାମଲା ଥିବା ଏସ୍‌ପି କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର

ତେବେ ଏହି ଅଭିଯୁକ୍ତଙ୍କ ନିକଟରୁ ୧ କିଲୋରୁ ଅଧିକ ସୁନା ଓ ୪ କିଲୋରୁ ଅଧିକ ରୂପା ଅଳଙ୍କାର ଜବତ ହୋଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାରର ୧୫ରୁ ଅଧିକ ଗାଡ଼ିର ନକଲି ନମ୍ୱର ପ୍ଲେଟ ଜବତ ହୋଇଛି । ଏହି ନମ୍ୱର୍ ପ୍ଲେଟ୍‌କୁ ନେଇ ଅପରାଧୀ ମାନେ ରାଜ୍ୟ ବାହାରେ ମଧ୍ୟ ଅପରାଧରେ ଲିପ୍ତ ଥିବା ସନ୍ଦେହ କରାଯାଉଛି । ତେବେ ଏହି ଅପରାଧୀ ମାନେ ମୁଖ୍ୟ ଭାବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟ୍ କରୁଥିଲେ ।